ପ୍ରତିଦିନର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଏବଂ ପୁଷ୍ଟିକର ଖାଦ୍ୟପେୟର ଅସୁବିଧା କାରଣରୁ ହୃଦଘାତ ଜନିତ ରୋଗ ସାଧାରଣ ହୋଇଗଲାଣି । ଆପଣ କେବେହେଲେ ଭାବିନଥିବେ କିନ୍ତୁ ଆପଣଙ୍କ ଅଜାଣତରେ ହାର୍ଟ ଆଟାକ ଆସିପାରେ । ଆଜ୍ଞା ହଁ , ବେଳେବେଳେ ପରିସ୍ଥିତି ଏତେ ସଂଗୀନ ହୋଇପଡ଼େ ଯେ ଭାବିଲା ବେଳକୁ ବହୁତ ବିଳମ୍ବ ହୋଇଯାଏ । ଯାହାକୁ ସାଇଲେଣ୍ଟ ହାର୍ଟ ଆଟାକ କୁହାଯାଇଥାଏ ଏବଂ ଏହି ହାର୍ଟ ଆଟାକ କାହାକୁ ମଧ୍ୟ ଆସିପାରେ । ଡାଇବେଟିସ ରୋଗୀଙ୍କ ପାଖରେ ଏପରି ହେବାର ସମ୍ଭାବନା ଅଧିକ ରହିଥାଏ । ସାଇଲେଣ୍ଟ ହାର୍ଟ ଆଟାକରେ ହାର୍ଟ ଫେଲ ହେବାର ଅଧିକ ସମ୍ଭାବନା ରହିଥାଏ । ଛାତିରେ ପ୍ରବଳ ଯନ୍ତ୍ରଣା ହେଲେ ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବା ହେଉଛି ହୃଦଘାତର ପ୍ରାଥମିକ ଲକ୍ଷଣ । ଅନେକ ସମୟରେ ରୋଗୀ ଏହାକୁ ଗ୍ୟାସ୍ ସମସ୍ୟା ଭାବି ହାଲୁକାରେ ନେଇଥାନ୍ତି ଯାହା ଶେଷରେ ଭାରି ପଡ଼ିଥାଏ । ତେବେ କିପରି ଏହି ମାରାତ୍ମକ ରୋଗକୁ ଚିହ୍ନଟ କରିବେ । ଆସନ୍ତୁ ଏ ବିଷୟରେ କିଛି ଜାଣିବା । ସାଇଲେଣ୍ଟ ହାର୍ଟ ଆଟାକକୁ ସାଇଲେଣ୍ଟ ମାୟୋକାର୍ଡିଆଲ ଇନଫ୍ରାକସନ ମଧ୍ୟ କୁହାଯାଇଥାଏ । ଏଥିରେ କୌଣସି ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସିଲେ ମୁଣ୍ଡରେ ବ୍ୟଥାହୋଇଥାଏ । କିନ୍ତୁ ହାର୍ଟ ଆଟାକ ଜଣାପଡିନଥାଏ ।

Advertisment

publive-image

ଲକ୍ଷଣ :

ଛାତିରେ ଯନ୍ତ୍ରଣା ଅନୁଭବ କଲେ ଆଲର୍ଟ ହୋଇଯାଆନ୍ତୁ ।
ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏହାକୁ ହାଲକାରେ ନ ନେଇ ତୁରନ୍ତ ଡ଼ାକ୍ତରଙ୍କୁ ଦେଖାନ୍ତୁ ।

ବାହୁ ଦରଜ ହେବା ଏକ ସମସ୍ୟା :
ହାର୍ଟଆଟାକ୍ କାରଣରୁ ବାହୁରେ ମଧ୍ୟ ଗଭୀର ଯନ୍ତ୍ରଣା ଅନୁଭବ ହୁଏ । ଛାତି ଯନ୍ତ୍ରଣା ବାହୁରେ ଅନୁଭୁତ ହେଲେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । ଅଚାନକ ଚେତାଶୂନ୍ୟ ଏବଂ ଦୂର୍ବଳ ଲାଗିବା ମଧ୍ୟ ଏହି ରୋଗର ଏକ ଗମ୍ଭୀର ସମସ୍ୟା । ମାଢିରେ ଯନ୍ତ୍ରଣା ହେବା ମଧ୍ୟ ଏକ ଗମ୍ଭୀର କାରଣ ।

ପାଦରେ ଯନ୍ତ୍ରଣା :
ହୃଦଘାତ ପୂର୍ବରୁ କିଡ଼ନୀ ମଧ୍ୟ ଦୂର୍ବଳ ହେବାରେ ଲାଗିଥାଏ ଯେଉଁ କାରଣରୁ ପାଦରେ ଯନ୍ତ୍ରଣା ଅନୁଭୁତ ହୁଏ । ଯଦି ଆପଣଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଏହା ମଧ୍ୟ ସାଇଲେଣ୍ଟ୍ ହାର୍ଟଆଟାକର ଏକ ଲକ୍ଷଣ । ଛାତି ଯନ୍ତ୍ରଣା, ଭାରି ଲାଗିବା ମଧ୍ୟ ଏହାର ଏକ ଗମ୍ଭୀର ସମସ୍ୟା ଏସବୁ ଲକ୍ଷଣ ଦେଖାଯାଉଥିଲେ ଏହାକୁ ହାଲକାରେ ନନେଇ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

publive-image

ସାଇଲେଣ୍ଟ ହାର୍ଟ ଆଟାକର ୫ଟି କାରଣ :

୧. ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା । 

୨. ବ୍ୟାୟାମ କିମ୍ବା ଶରୀରକୁ ଉପଯୁକ୍ତ କାର୍ଯ୍ୟକ୍ଷମ ନ କରାଇଲେ ।

୩. ମଦ କିମ୍ବା ସିଗାରେଟ ସେବନ କଲେ ।

୪. ଡାଇବେଟିସ କିମ୍ବା ମୋଟାପଣ ।

୫. ଅଧିକ ଚିନ୍ତା କରିବା କିମ୍ବା ଟେନସନରେ ରହିବା ।