କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ବନ୍ୟାର କରାଳ ରୂପ । ଚାରିଆଡେ ହାହାକାର । ଲାଗି ରହିଛି ଲଗାଣ ବର୍ଷା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କୁଲୁରେ ନଦୀରେ ହଠାତ୍ ପାଣି ବଢ଼ିଯିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ଲୋକଂକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଡୋବି ଅଂଚଳରେ ଅଟକି ରହିଥିବା ୨୬ ଜଣ ଯାତ୍ରୀଂକୁ ଉଦ୍ଧାର କରାଯାଇଥିବା ଖବର ମିଳିଛି । ବନ୍ୟା ଜଳରେ ଭାସିଗଲା ଟ୍ରକ୍ । ହିମାଚଳ ପ୍ରଦେଶ କୁଲୁରେ ଦେଖିବାକୁ ମିଳିଛି ଏହି ଚିତ୍ର । ବନ୍ୟା ଜଳରେ ଟ୍ରକ ଭାସି ଭାସି ଯାଉଥିବା ନଜର ଆସିଛି । ତେବେ ଟ୍ରକରେ କେହି ନଥିବାର ସୂଚନା ରହିଛି ।
ସେପଟେ ମନାଲିରେ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି । ବିୟସ୍ ନଦୀର ବନ୍ୟା ଜଳରେ ଏକ୍ ବସ୍ ଭାସିଯାଇଛି । ହେଲେ ଏହି ସମୟରେ ବସଟି ଖାଲି ଥିବାରୁ କାହାରି କିଛି କ୍ଷୟକ୍ଷତି ହୋଇ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Himachal.jpg)
/kanak/media/post_attachments/wp-content/uploads/2018/09/vlcsnap-2018-09-24-09h39m46s673-300x220.png)
/kanak/media/post_attachments/wp-content/uploads/2018/09/vlcsnap-2018-09-24-09h39m37s910-300x220.png)