କନକ ବ୍ୟୁରୋ : ସ୍ୱିସ୍ ବ୍ୟାଙ୍କ... ଯେଉଁଠି ବିଶ୍ୱର ଶ୍ରେଷ୍ଟ ଧନୀ ଲୋକଙ୍କ ଆକାଉଣ୍ଟ ରହିଥାଏ । ସେହିଭଳି ଭାରତରେ ଏପରି ଅନେକ ବ୍ୟକ୍ତି ବିଶେଷ ଅଛନ୍ତି । ଯେଉଁମାନେ ଧନୀ ଶ୍ରେଣୀ ତାଲିକାରେ ସ୍ଥାନ ପାଇଛନ୍ତି ଏବଂ ସେମାନଙ୍କର ଅଚଳାଚଳ ସମ୍ପତ୍ତି ସ୍ୱିସ୍ ବ୍ୟାଙ୍କରେ ରହିଛି । ତେବେ ସ୍ୱିସ୍ ବ୍ୟାଙ୍କରେ କେତେ ଭାରତୀୟଙ୍କ ଆକାଉଣ୍ଟ ରହିଛି? ତାହାର ତୃତୀୟ ତାଲିକା ଚଳିତ ମାସରେ ଭାରତ ସରକାରଙ୍କୁ ସ୍ୱିସ୍ ବ୍ୟାଙ୍କ ପକ୍ଷରୁ ଦିଆଯିବ ।
ଜାତିୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଭାରତ ସରକାରଙ୍କୁ ଦିଆଯିବାକୁ ଥିବା ତୃତୀୟ ତାଲିକାରେ ପ୍ରଥମଥର ପାଇଁ ମାଲିକାନା ଥିବା ବ୍ୟକ୍ତିଙ୍କ ଅଚଳାଚଳ ସମ୍ପତ୍ତିର ଯାଞ୍ଚ କରାଯିବ ।
ଅଧିକାରୀଙ୍କ କହିବା ଅନୁସାରେ, ଏହି ତାଲିକାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ । ଯେପରିକି ସ୍ୱିଜରଲ୍ୟାଣ୍ଡରେ କେତେ ଭାରତୀୟଙ୍କ ଫ୍ଲାଟ୍ ଏବଂ ଆପାର୍ଟମେଣ୍ଟ ରହିଛି, କେତେ କଳାଧର ରହିଛି, ଏହାସହିତ ଅଚଳାଚଳ ସମ୍ପତ୍ତି ଉପରେ କେତେ ଟ୍ୟାକ୍ସ ବାକି ରହିଛି ଏହିଭଳି ଅନେକ ତଥ୍ୟ ସାମ୍ନାକୁ ଆସିବ । ଏହି ପଦକ୍ଷେପକୁ ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି ।
ସ୍ୱିଜରଲ୍ୟାଣ୍ଡର ଫର ୟୁ ଏସଏ କମ୍ପାନିର ଫାଉଣ୍ଡର ହିଂମାନ୍ସୁ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ହିଂମାନ୍ସୁ କହିଛନ୍ତି, ଏମିତି କୌଣସି କାରଣ ନାହିଁ ଯାହାକୁ ନେଇ ବ୍ୟାଙ୍କକୁ ଖାତାଧାରକଙ୍କ ତଥ୍ୟ ଲୁଚାଇବାକୁ ପଡିବ । ଅନ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସ୍ୱିସ୍ ବ୍ୟାଙ୍କରୁ ତଥ୍ୟ ଆସିବା ପରେ ସେହି ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ, ଯେଉଁମାନଙ୍କ ପାଖରେ ବେହିସାବ ସମ୍ପତ୍ତି ରହଛି ।
ତେବେ ଏଠାରେ କହିରଖୁଛୁ କି, ୨୦୧୯ରେ ପ୍ରଥମ ଏବଂ ୨୦୨୦ରେ ଦ୍ୱିତୀୟ ଥର ପାଇଁ ଭାରତକୁ ସ୍ୱିସ୍ ବ୍ୟାଙ୍କ ଖାତାଧାରକଙ୍କର ତଥ୍ୟ ପ୍ରଦାନ କରିଥିଲା ।
ସ୍ୱିସ୍ ବ୍ୟାଙ୍କରେ ରହିଛି କେତେ ଭାରତୀୟଙ୍କ ଆକାଉଣ୍ଟ? ଚଳିତ ମାସରେ ଆସିବ ତଥ୍ୟ
/kanak/media/post_attachments/wp-content/uploads/2021/09/29-14.jpg)