କୋଭିସିଲ୍ଡକୁ ମିଳିଲା ୟୁରୋପୀୟ ସଂଘର ଅନୁମତି । ଭାରତର ଚାପ ପରେ ୟୁରୋପର ୭ଟି ଦେଶରେ କୋଭିସିଲ୍ଡ ଟିକାକୁ ମିଳିଲା ମାନ୍ୟତା ।

187

କନକ ବ୍ୟୁରୋ : ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇଲା ୟୁରୋପୀୟ ସଂଘ । କୋଭିସିଲ୍ଡ ଟୀକାକୁ ମାନ୍ୟତା ଦେଲେ ୭ଟି ୟୁରୋପୀୟ ଦେଶ । ଭାରତର ରାଗ ପରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ୟୁରୋପୀୟ ସଂଘ । ଭାରତ ବୁଧବାର ୟୁରୋପୀୟ ସଂଘର ସଦସ୍ୟ ଦେଶ ଗୁଡିକୁ ଭାରତୀୟ ଟିକା ଏବଂ କୋୱିନ ପ୍ରମାଣ ପତ୍ରକୁ ମାନ୍ୟତା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା ।

ଆଉ ଭାରତୀୟ ଟିକାକୁ ୟୁରୋପୀୟ ଦେଶରେ ମାନ୍ୟତା ମିଳିବା ପରେ ହିଁ ଭାରତରେ ୟୁରୋପୀୟ ସଂଘର ଡିଜିଟାଲ କୋଭିଡ୍ ପ୍ରମାଣପତ୍ର କୋଭିଡ୍ ପ୍ରୋଟୋକୋଲରେ ସାମିଲ କରାଯିବ ବୋଲି କୁହାଯାଇଥିଲା । ଭାରତର ଏପରି ଦାବି ପରେ ୟୁରୋପୀୟ ସଂଘ ଭାରତୀୟ ଟିକା କୋଭିସିଲ୍ଡକୁ ମାନ୍ୟତା ପ୍ରଦାନ କରିଛନ୍ତି । କୋଭିସିଲ୍ଡ ଟିକା ନେଇଥିଲେ ଏଣିକି ଅଷ୍ଟ୍ରିଆ, ଜର୍ମାନୀ, ଥାଇଲ୍ୟାଣ୍ଡ, ୟୁନାନ, ସ୍ପେନ୍ ଆଦି ଦେଶକୁ ଯାତ୍ରା କରି ପାରିବେ ଭାରତୀୟ ।