କନକ ବ୍ୟୁରୋ : ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇଲା ୟୁରୋପୀୟ ସଂଘ । କୋଭିସିଲ୍ଡ ଟୀକାକୁ ମାନ୍ୟତା ଦେଲେ ୭ଟି ୟୁରୋପୀୟ ଦେଶ । ଭାରତର ରାଗ ପରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ୟୁରୋପୀୟ ସଂଘ । ଭାରତ ବୁଧବାର ୟୁରୋପୀୟ ସଂଘର ସଦସ୍ୟ ଦେଶ ଗୁଡିକୁ ଭାରତୀୟ ଟିକା ଏବଂ କୋୱିନ ପ୍ରମାଣ ପତ୍ରକୁ ମାନ୍ୟତା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା ।
ଆଉ ଭାରତୀୟ ଟିକାକୁ ୟୁରୋପୀୟ ଦେଶରେ ମାନ୍ୟତା ମିଳିବା ପରେ ହିଁ ଭାରତରେ ୟୁରୋପୀୟ ସଂଘର ଡିଜିଟାଲ କୋଭିଡ୍ ପ୍ରମାଣପତ୍ର କୋଭିଡ୍ ପ୍ରୋଟୋକୋଲରେ ସାମିଲ କରାଯିବ ବୋଲି କୁହାଯାଇଥିଲା । ଭାରତର ଏପରି ଦାବି ପରେ ୟୁରୋପୀୟ ସଂଘ ଭାରତୀୟ ଟିକା କୋଭିସିଲ୍ଡକୁ ମାନ୍ୟତା ପ୍ରଦାନ କରିଛନ୍ତି । କୋଭିସିଲ୍ଡ ଟିକା ନେଇଥିଲେ ଏଣିକି ଅଷ୍ଟ୍ରିଆ, ଜର୍ମାନୀ, ଥାଇଲ୍ୟାଣ୍ଡ, ୟୁନାନ, ସ୍ପେନ୍ ଆଦି ଦେଶକୁ ଯାତ୍ରା କରି ପାରିବେ ଭାରତୀୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/bc9b7535-52ea-478a-a1c0-7131ae31dac2.jpg)