କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ଖୁସି ଖବର । ୟୁରୋପୀୟ ରାଷ୍ଟ୍ର ର ୭ ଟି ଦେଶକୁ ମିଳିଲା ଯାତ୍ରା ଅନୁମତି

395

କନକ ବ୍ୟୁରୋ : କୋଭିଡ-୧୯ ଟିକା କୋଭିସିଲ୍ଡକୁ ନେଇ ୟୁରୋପୀୟ ଦେଶମାନଙ୍କରେ ଲାଗିରହିଥିବା ବିବାଦର ଅନ୍ତ ଘଟିଛି । ଶେଷରେ କୋଭିସିଲ୍ଡ ଟିକା ନେଇଥିବା ଲୋକମାନଙ୍କୁ ଯୁରୋପୀୟ ସଂଘର ୭ ଟି ଦେଶକୁ ଯାତ୍ରା ପାଇଁ ଅନୁମତି ମିଳିଛି । କହିରଖୁ କି ଗୋଟିଏ ଦିନ ପୂର୍ବରୁ ୟୁରୋପୀୟ ସଂଘର ସଦସ୍ୟଙ୍କୁ କୋଭିସିଲ୍ଡ ଭ୍ୟାକ୍ସିନକୁ ପାସପୋର୍ଟ ଲିଷ୍ଟରେ ସାମିଲ କରିବାକୁ ଭାରତ ଅନୁରୋଧ କରିଥିଲା । ଏହାସହ ବୁଧବାରଦିନ କେନ୍ଦ୍ର ତରଫରୁ କୁହାଯାଇଥିଲା କି ଯଦି ୟୁରୋପୀୟ ସଂଘ କୋଭିସିଲ୍ଡ ଓ କୋଭାକ୍ସିନ କୁ ପାସପୋର୍ଟ ଲିଷ୍ଟରେ ସାମିଲ ନକରେ ତେବେ ୟୁରୋପୀୟ ନାଗରିକଙ୍କ ପାଇଁ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯିବ ।

ଗୁରୁବାର ଦିନ ଅଷ୍ଟ୍ରିଆ, ଜର୍ମାନୀ, ଗ୍ରୀସ୍, ଆଇସଲ୍ୟାଣ୍ଡ, ଆୟରଲ୍ୟାଣ୍ଡ ଓ ସ୍ପେନ କୋଭିସିଲ୍ଡ ଟିକାକୁ ସ୍ୱିକାର କରିଛନ୍ତି । ଏହାସହ ଭାରତ ତରଫରୁ ୟୁରୋପୀୟ ଦେଶମାନଙ୍କୁ କୋ-ୱିନ୍ ଆପ୍ ଦ୍ୱାରା ପ୍ରାପ୍ତ ଭ୍ୟାକ୍ସିନ ସାର୍ଟିଫିକେଟକୁ ମଞ୍ଜୁରୀ ଦେବାକୁ ଅନୁରୋଧ କରିଥିଲା । ଭାରତୀୟ ଅଧିକାରୀ କହିଥିଲେ କି ସାର୍ଟିଫିକେଟକୁ କୋ-ୱିନ୍ ପୋର୍ଟାଲ ଜରିଆରେ ଅସଲି କି ନକଲି ପ୍ରମାଣ କରାଯାଇ ପାରିବ ।

ବର୍ତମାନ ପର୍ଯ୍ୟନ୍ତ ୟୁରୋପୀୟ ମେଡିସିନ୍ସ ଏଜେନ୍ସି କେବଳ ୪ ଟି କୋଭିଡ-୧୯ ଟିକାକୁ ଅନୁମତି ଦେଇଛି । ଯାହା ମଧ୍ୟରେ ଫାଇଜର/ବାୟୋନଟେକର କାର୍ମୀନାଟୀ, ମଡର୍ଣ୍ଣା, ଏଷ୍ଟ୍ରାଜେନିକା-ଅକ୍ସଫୋର୍ଡର ବ୍ୟାକ୍ସଜର୍ବୀୟା ଓ ଜନସନ ଆଣ୍ଡ ଜନସନ ସାମିଲ ରହିଛି । କେବଳ ଏହି ୪ ଟି କମ୍ପାନୀର ଟିକା ନେଇଥିବା ଲୋକଙ୍କୁ ସଂଘ ତରଫରୁ ଭ୍ୟାକ୍ସିନ ପାସପୋର୍ଟ ଦେବାକୁ ନିଷ୍ପତ୍ତି ନେଇଥିଲା ୟୁରୋପୀୟ ମହାସଂଘ ।

କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପୀୟ ଦେଶମାନଙ୍କର ପ୍ରବେଶ ନିଷେଧ କଟକଣା ଉପରେ ସୋମବାର ଦିନ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଟ୍ୱିଟ୍ କରିଥିଲେ । ସେ କହିଥିଲେ କି ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଲଗାଯାଇଥିବା କଟକଣାକୁ ସେ ଦେଶର ଶୀର୍ଷ ଅଧିକାରୀ ମାନଙ୍କ ଆଗରେ ରଖିଛନ୍ତି ଓ ଏହାର ସମାଧାନ ଖୁବଶୀଘ୍ର ହୋଇଯିବ ।