ସୁନାମୀ ଓ ବାତ୍ୟା ଉପରେ ଆଗୁଆ ସୂଚନା ଦେବ ସୁଇଚ । ଉପକୂଳ ଓଡିଶାରେ ନିର୍ମାଣ ହେବ ୧୨୨ ଟାୱାର । ମଡେଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Advertisment
ଆଜି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ! ୧୦୦ କୋଟି ପ୍ରକଳ୍ପର କରିବେ ଉଦଘାଟନ୍

image courtesy-http://media2.intoday.in

କନକ ବ୍ୟୁରୋ : ରାଜ୍ୟର ୬ଟି ଉପକୂଳବର୍ତୀ ଜିଲ୍ଲାପାଇଁ ୧୨୨ଟି ସାଇରନ ଟାୱାର ପ୍ରତିଷ୍ଠା କରାଯିବ । ଏଥିପାଇଁ କାମ ପ୍ରାୟ ସରିଆସିଲାଣି । ଏହି ଟାୱାର ବାତ୍ୟା ଓ ସୁନାମୀ ସମ୍ପର୍କରେ ବାତ୍ୟା ଓ ସୁନାମୀଠାରୁ ମଣିଷ ଓ ପଶୁଙ୍କୁ ରକ୍ଷା କରିବାକୁ ୨ ଘଂଟା ଆଗୁଆ ସୂଚନା ଦେବ । ଏହି ସାଇରନ ଲାଗିବାରେ ଓଡିଶା ହେବ ଦେଶର ପ୍ରଥମ ରାଜ୍ୟ । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ଏହି ଘୋଷଣା କରିଛନ୍ତି ସରକାର । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ସେ କହିଥିଲେ, ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ସବୁବେଳେ ପ୍ରସ୍ତୁତ । ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅଗ୍ରଣୀ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନଭେମ୍ବର ୧୫ ପରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ସାଇରମ ଟାୱାରର ସାଇରନ୨.୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲୋକମାନେ ଶୁଣିବା ସହ ଲୋକମାନେ ସତର୍କ ରହିପାରିବେ । ସେପଟେ ଗଣଶିକ୍ଷା ସଚିବ କହିଛନ୍ତି ,ଆଗାମୀ ବର୍ଷରୁ ପାଠ୍ୟକ୍ରମରେ ବିପର୍ଯ୍ୟୟ ପ୍ରଶମନ ବିଷୟ ସାମିଲ ହେବ । ପିଲାମାନଙ୍କୁ ସତର୍କକରିବା ପାଇଁ ସରକାର ଏହି ବିଷୟ ଉପରେ ଗୁରୁତ୍ୱ ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe