ସହରରେ ବର୍ତ୍ତମାନ ଅଧିକ ଲୋକ ଜମାଟୋ ଏବଂ ସ୍ୱିଗି ଭଳି ଅନଲାଇନ୍ ଫୁଡ୍ କୁ ଖାଇବା ପସନ୍ଦ କରୁଛନ୍ତି । ଆପଣ କହିପାରିବେ ହୋଟେଲ୍ ନଯାଇ ଫୋନ୍ ମାଧ୍ୟମରେ ସୁଆଦିଆ ଖାଦ୍ୟ ମଗାଇ ଖାଇବା ଲୋକଙ୍କର ଏକପ୍ରକାର ଫ୍ୟାସନ୍ ହୋଇଗଲାଣି । କିନ୍ତୁ ଏହି ଖାଦ୍ୟ ଯେ ସ୍ୱାସ୍ଥ୍ର‌୍ୟ ପ୍ରତି କେତେ କ୍ଷତିକାରକ ତାହା କେହି ଜାଣିପାରନ୍ତି ନାହିଁ । ଏହା ଆମେ କହୁନୁ ଖୋଦ୍ କେନ୍ଦ୍ର ସରକାର ସଂସଦରେ କହିଛନ୍ତି ।

Advertisment

publive-image

ଏକ ପ୍ରଶ୍ନରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ କହିଛନ୍ତି ଯେ ଲୋକଙ୍କୁ ଖାଦ୍ୟ ପହଞ୍ଚାଉଥିବା ଅନଲାଇନ୍ କମ୍ପାନୀ ଏବେ ପର୍ଯ୍ୟନ୍ତ ୧୦,୫୦୦ ଟି ରେଷ୍ଟୁରାଣ୍ଟକୁ ଡି-ଲିଷ୍ଟ କରିସାରିଛି । ଏହି ରେଷ୍ଟୁରାଣ୍ଟକୁ ଫୁଡ୍ ଆଣ୍ଡ୍ ସେଫ୍ଟିର ନିୟମ ନମାନିବା ଅଭିଯୋଗରେ ଡି-ଲିଷ୍ଟ କରାଯାଇଛି । ଗତ ସପ୍ତାହରେ ସଂସଦରେ ଦିଆଯାଇଥିବା ବିବରଣୀ ଅନୁସାରେ ଜୁଲାଇ ମାସରେ ଦିଆଯାଇଥିବା ଫୁଡ୍ ଆଣ୍ଡ୍ ସେଫ୍ଟି ଅଥରିଟି ଅଫ୍ ଇଣ୍ଡିଆ ଅନୁସାରେ ଜମାଟୋ ଏବଂ ସ୍ୱିଗି ଭଳି ଅନଲାଇନ୍ କମ୍ପାନୀରୁ ଏଭଳି ରେଷ୍ଟୁରାଣ୍ଟକୁ ତାଲିକାରୁ ବାହାର କରିବାକୁ କହିଛନ୍ତି ଯାହା ରେଜିଷ୍ଟର୍ ରେ ନାହିଁ । ଏହାପରେ ସବୁ କମ୍ପାନୀ ଏଭଳି ରେଷ୍ଟୁରାଣ୍ଟକୁ ତାଲିକାରୁ ବାହାର କରିଛନ୍ତି ।

publive-image

କମ୍ପାନୀ ଏହି ରେଷ୍ଟୁରାଣ୍ଟ ସବୁକୁ ଡି-ଲିଷ୍ଟ କରିଥିବା ଖବର ଏଫଏସଏସଏଆଇକୁ କୁ ଦେଇଛି । ଏହି ବିବରଣୀ ଅନୁସାରେ ଜମାଟୋରୁ ୨,୫୦୦, ସ୍ୱିଗି ୪,୦୦୦, ଫୁଡପାଣ୍ଡା ୧୮୦୦, ଉବର୍ ଇଙ୍କସ୍ ୨୦୦୦ ଏବଂ ଫୁଡ୍ କ୍ଲାଉଡ୍ ୨୦୦ ଟି ରେଷ୍ଟୁରାଣ୍ଟକୁ ଡି-ଲିଷ୍ଟ କରିସାରିଛି ।