ରାଜଧାନୀରେ ଆତଙ୍କ । ସ୍ୱିଗୀ ଡେଲିଭରି ବଏଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ

ରାଜଧାନୀରେ ଆତଙ୍କ । ସ୍ୱିଗୀ ଡେଲିଭରି ବଏଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ରାଜଧାନୀରେ ସ୍ୱିଗୀ ଡେଲିଭରି ବଏଙ୍କୁ ଅପହରଣ । ଭୁବନେଶ୍ୱର ଉତରା ଛକରୁ ସ୍ୱିଗୀ ଡେଲିଭରି ବଏ ପତିତପାବନ ପୃଷ୍ଟିଙ୍କୁ ଅପହରଣ କରାଯାଇଛି । ଗତକାଲି ରାତିି ୧୦ ଟା ବେଳେ ପତିତପାବନଙ୍କୁ କିଛି ଦୁର୍ବୁତ ମାଡ ମାରି ଅପହରଣ କରିନେଇଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି ।
ଏପଟେ ଦୟା ନଦୀ ବ୍ରିଜ୍ ଉପରୁ ଚପଲ, ପର୍ସ ଓ ଛୁରୀ ପଡିଥିବା ଦେଖିବାକୁ ମିଳିଛି । ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତି ୧୦ଟା ପରେ ପତିତପାବନ ଅନ୍ୟ ଏକ ଫୋନ୍ ନମ୍ବରରୁ ତାଙ୍କୁ ଫୋନ କରି ଜଣାଇଥିଲେ ଯେ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ମୋବାଇଲ ଓ ଟଙ୍କା ନେଇ ଯାଇଛନ୍ତି ଦୁର୍ବୁତ । ପରେ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ଖୋଜାଖୋଳି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତିତପାବନଙ୍କ କିଛି ପତା ମିଳିନାହିଁ । ତେବେ ସେ ଯେଉଁ ଫୋନ ନମ୍ବରରୁ ଗତକାଲି ଫୋନ କରିଥିଲେ ଉକ୍ତ ନମ୍ବର ମଧ୍ୟ ବନ୍ଦ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe