ଗିରଫ ହେଲା ଡେଲିଭରି ବୟ : ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇବ ପତିତପାବନ

1,061

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଡେଲିଭରି ବୟର ମିଥ୍ୟା ଅପହରଣ ଘଟଣା । ପତିତପାବନକୁ ଗିରଫ କଲା ଭୁବନେଶ୍ୱର ଧଉଳି ଥାନା ପୋଲିସ । ନିଜେ ଅପହରଣ ନାଟକ ରଚିଥିବା ପତିତପାବନ ପୃଷ୍ଟିଙ୍କୁ ମଧ୍ୟପ୍ରଦେଶରୁ ଆଜି ସକାଳେ ଭୁବନେଶ୍ୱର ଅଣାଯାଇଛି । ପ୍ରେମିକା ସହ ତାକୁ ଭୁବନେଶ୍ୱର ଅଣାଯାଇଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ସ୍ପେଶାଲ ସ୍କ୍ୱାର୍ଡର ୪ଜଣିଆ ଟିମ୍ ସେମାନଙ୍କୁ ଧରି ଓଡିଶା ଫେରିଛି । ସୋମବାରଦିନ ମଧ୍ୟପ୍ରଦେଶ କଟନୀ ଜିଆରପି ପୁଲିସ ସେମାନଙ୍କୁ ଠାବ କରି କମିଶନରେଟ ପୁଲିସକୁ ଜଣାଇଥିଲେ । ପତିତିପାବନ ପତ୍ନୀଙ୍କୁ ବି ପୁଲିସ ପଚରାଉଚରା କରିପାରେ ।

ସେପଟେ ଏମାନଙ୍କୁ ଓଡିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ପତିତପାବନ ଯେଉଁ ଜାଗାରେ ଅପହରଣ ଓ ମିଛ ନାଟକ ରଚିଥିଲା ସେହି ଜାଗାକୁ ପତିତଙ୍କୁ ନେଇ ପଚରାଉଚରା କରିପାରେ । ଧଉଳି ଥାନାପୁଲିସ ଗୋପ ପୁଲିସ ସହ ଯୋଗାଯୋଗ କରୁଛି । ପତିତପାବନ ପୃଷ୍ଟି ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣର ନାଟକ । କିଡନାପ୍ କରାଯାଇଥିବା ନେଇ ସେ ତାଙ୍କ ପତ୍ନୀଙ୍କୁ ଅଡିଓ ମେସେଜ୍ ପଠାଇଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇନଥିବା ପୋଲିସ ସନ୍ଦେହ କରିଥିଲା । ସେ ମଧ୍ୟପ୍ରଦେଶ ପଳାଇଥିବା ସନ୍ଦେହ କରି ମଧ୍ୟପ୍ରଦେଶ ଆରପିଏଫ୍ ସହ ଯୋଗାଯୋଗ କରିଥିଲା । ମଧ୍ୟପ୍ରଦେଶ ଆରପିଏଫ୍ ସହାୟତାରେ ପତିତପାବନ ଓ ତାଙ୍କ ସହ ଥିବା ଯୁବତୀକୁ ଅଟକ ରଖାଯାଯାଇଥିଲା ।