କନକ ବ୍ୟୁରୋ : ଜୀବନ ବଂଚାଇଲେ ଯବାନ । ଯୁବକଙ୍କୁ ସୁରକ୍ଷିତ କଲେ ଉଦ୍ଧାର । କେରଳ ଭେନ୍ଦୁରୁଥି ବ୍ରିଜ୍ ତଳକୁ ଡେଇଁପଡ଼ିଥିଲେ ଜଣେ ଯୁବକ । ଏହି ସମୟରେ କୋଚି ହାରବରରେ ଭାରତୀୟ ନୌସେନାର ଯବାନମାନେ ପାଟ୍ରୋଲିଂ କରୁଥିଲେ । ଜଣେ ଯୁବକ ବ୍ରିଜ୍ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ପାଇଥିଲେ ।

Advertisment

ଏହା ପରେ ତୁରନ୍ତ ଉଦ୍ଧାର ପାଇଁ ଚାଲିଯାଇଥିଲେ ନୌସେନାର ଯବାନମାନେ । ଫାଷ୍ଟ ଇଂଟରସେଫ୍ଟ କ୍ରାଫ୍ଟ ଦ୍ୱାରା ସାଉଥ୍ ନାଭାଲ କମାଣ୍ଡରମାନେ ସାହସିକତାର ସହିତ ଯୁବକଙ୍କୁ ଉଦ୍ଧାର କରିଥିଲେ । ଏବେ ଯୁବକ ଜଣଙ୍କ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଉଦ୍ଧାର ପରେ ତାଙ୍କୁ ପ୍ରାଥମିକ ଚିକତ୍ସା ଯୋଗାଇ ଦିଆଯାଇଛି । ଘଟଣା ନେଇ ସ୍ଥାନୀୟ ପୋଲିସକୁ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।