କନକ ବ୍ୟୁରୋ : ରାଜଧାନୀରେ ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା । ପୁରୁଷବନ୍ଧୁ ସୌମ୍ୟଜିତ୍ ମହାପାତ୍ରଙ୍କୁ ଗିରଫ କଲା ପୋଲିସ । ସମ୍ବଲପୁର ବଂଶୀଧର ନଗରରୁ ପ୍ରେମିକଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ସୌମ୍ୟଜିତଙ୍କୁ ଗିରଫ କରି ଭୁବନେଶ୍ୱର ଆଣୁଛି ପୋଲିସ । ଶେତାଙ୍କ ମୃତ୍ୟୁର ଦୀର୍ଘ ୬ ମାସ ପରେ ସୌମ୍ୟଜିତଙ୍କୁ ଗିରଫ କରିଛି ପୋଲିସ । ଶୌଳେଶ୍ରୀ ବିହାର ସ୍ଥିତ ଘରୁ ଗତ ବର୍ଷ ଅଗଷ୍ଟ ମାସରେ ଶ୍ୱେତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଶ୍ୱେତାଙ୍କ ବାପା, ମା’ ଓ ଭାଇ ଆଣିଥିଲେ ହତ୍ୟା ଅଭିଯୋଗ ।

Advertisment

ପୂର୍ବରୁ ଏନେଇ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ୍ ମହାପାତ୍ରଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଶ୍ୱେତାଙ୍କ ପରିବାର ଲୋକେ । କେବଳ ସେତିକି ନୁହେଁ ତାଙ୍କୁ ଶାରୀରିକ, ମାନସିକ, ଓ ଆର୍ଥିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ମୃତ ଶ୍ୱେତାଙ୍କ ବାପା । ସେହିପରି ଶ୍ୱେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପୁରୁଷ ବନ୍ଧୁ ଦାୟୀ ବୋଲି କହିଛନ୍ତି ଶ୍ୱେତାଙ୍କ ଭାଇ । ଦୁହେଁଁ ଦୀର୍ଘଦିନ ହେବ ସମ୍ପର୍କରେ ଥିଲେ । ପରସ୍ପରକୁ ବିବାହ କରିଥାନ୍ତେ । ୨୬ ବର୍ଷୀୟା ଶ୍ୱେତା ଉତ୍କଳ କୁମାରୀଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ଭୁବନେଶ୍ୱରର ଏକ ନାମୀ କମ୍ପାନୀରେ ସେ କାମ କରୁଥିଲେ ।

ଆପାର୍ଟମେଣ୍ଟରେ ତିନି ଜଣ ସାଙ୍ଗଙ୍କ ସହ ରହୁଥିଲେ ଶ୍ୱେତା । ଜନ୍ମାଷ୍ଟମୀ ଥିବାରୁ ସମସ୍ତେ ଘରକୁ ଯାଇଥିବା ବେଳେ ଶ୍ୱେତା ରୁମରେ ଏକା ଥିଲେ । ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ଆଉ ପତା ନମିଳିବାରୁ ଚନ୍ଦ୍ରଶେଖରପୁରପ ଥାନାରେ ଅଭିଯୋଗ କରିଥିଲେ । ତେବେ ମୋବାଇଲ୍ ଟ୍ରାକ୍ କରି ଶ୍ୱେତାଙ୍କ ସନ୍ଧାନ ପାଇଥିଲା ପୋଲିସ । ଆଉ ରୁମର କବାଟ ଭାଙ୍ଗିବା ପରେ ମିଳିଥିଲା ଶ୍ୱେତାଙ୍କ ମୃତଦେହ । ତାଙ୍କର ଏକ ଡାଏରୀ ଓ ମୋବାଇଲ ଫୋନକୁ ପୋଲିସ ଜବତ କରିଥିଲା । ଶ୍ୱେତା ନିଜ ଡାଏରୀରେ ଉଲ୍ଲେଖ କରିଛନ୍ତି ଯେ, ନିଜ ପୁରୁଷ ବନ୍ଧୁଙ୍କୁ ବହୁତ ଭଲପାଉଥିଲେ ।