ହସ୍ପିଟାଲରେ ଶ୍ୱେତା ତିୱାରୀ : ‘ଖତରୋଁ କି ଖିଲାଡି’ରେ ଆସୁଥିଲେ ନଜର ।

1,016
କନକ ବ୍ୟୁରୋ: ‘ଖତରୋଁ କି ଖିଲାଡି’ରେ ନଜର ଆସୁଥିବା ଶ୍ୱେତା ତିୱାରୀ ଏବେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଖୁବ୍ ଶିଘ୍ର ବିଗ୍ ବସର ସିଜିନ୍ ୧୫ରେ ଟ୍ରାଇବ୍ ଲିଡର ଭାବେ ଯୋଗ ଦେଇଥାନ୍ତେ । କିନ୍ତୁ ବିଜି ସିଡ୍ୟୁଲ ଓ ବ୍ଳଡ ପ୍ରେସର ଯୋଗୁଁ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଶ୍ୱେତା । ଏବେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ରଖାଯାଇ ଚିକିତ୍ସା ଚାଲିଛି ।
ନିକଟରେ ହସ୍ପିଟାଲରେ ଏକ ପୁସ୍ତକ ପଢୁଥିବାର ଫଟୋ ଇନଷ୍ଟାଗ୍ରମରେ ସେୟାର କରିଛନ୍ତି ଶ୍ୱେତା । ଶ୍ୱେତାଙ୍କ ହାତରେ ସାଲାଇନ୍ ନିଡିଲ ଲାଗିଥିବା ଏହି ଫଟୋରେ ଦେଖାଯାଇଥିଲା । ଏହା ଦେଖି ତାଙ୍କ ପ୍ରଶଂସକ ମାନେ ବାରମ୍ବାର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଶ୍ନ ପୋଷ୍ଟ କରିବାକୁ ଆରମ୍ଭ କରିଥିଲେ । କିନ୍ତୁ ଶ୍ୱେତା ତିୱାରୀଙ୍କ ଟିମ୍ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଅଭିନେତ୍ରୀ ଠିକ୍ ଅଛନ୍ତି ଏବଂ ଖୁବ୍ ଶିଘ୍ର ସୁସ୍ଥ ହୋଇ ଦର୍ଶକଙ୍କ ଆଗକୁ ଆସିବେ ବୋଲି ପୋଷ୍ଟ କରିଥିଲେ । ପରିବର୍ତ୍ତିତ ପାଣିପାଗ, ବିଭିନ୍ନ ସ୍ଥାନକୁ ଳଗାତାର ଭ୍ରମଣ ସାଙ୍ଗକୁ ବ୍ୟସ୍ତତା ଭିତରେ ନିଜକୁ ଖାପ ଖୁଆଇବା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ।
ନିକଟରେ ଶ୍ୱେତା ତିୱାରୀ ଓ ଦିବ୍ୟାଙ୍କାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଦିବ୍ୟାଙ୍କା ଶ୍ୱେତାଙ୍କ ଗୋଡ ମୋଡୁଥିବାର ନଜର ଆସିଥିଲେ । ନିଜର ନିର୍ଭିକ ସ୍ୱଭାବ ଯୋଗୁଁ ଇଣ୍ଡଷ୍ଟ୍ରିରେ ଜଣାଶୁଣା । ଜୀବନରେ ଅନେକ ସଂଘର୍ଷକୁ ସାମନା କରିଥିବା ଶ୍ୱେତା ଆଜି ଜଣେ ସଫଳ ଅଭିନେତ୍ରୀ । ଫ୍ୟାସନ ଦୁନିଆଁରେ ବି ସେ ବି ବେଶ୍ ଆଗରେ । ଏବେ ନିଜର ଦୁଇ ସନ୍ତାନଙ୍କୁ ନେଇ ଖୁସିରେ ଦିନ କାଟୁଥିବା ସବୁବେଳେ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରୁଥିବା ଦେଖିବାକୁ ମିଳୁଛି ।