ସାହୁ ମଉସାଙ୍କ ସୁଆଦିଆ ମିଠା ଦୋକାନ । ୯୦ ବର୍ଷରେ ବି ତିଆରି କରୁଛନ୍ତି ଭଳିକି ଭଳି ମିଠା, ଜମୁଛି ଭିଡ଼ ।

183

କନକ ବ୍ୟୁରୋ : ଜନ ଗହଳିପୂର୍ଣ୍ଣ ପାରଳା ସହର । ଏଇ ସହର ଭିତରେ ରହିଛି ସଭିଙ୍କ ପସନ୍ଦ ସାହୁ ବାବୁ ମିଠା ଦୋକାନ । ଆପଣ ଭାବୁଥିବେ ସହର ବଜାରରେ ମିଠା ଦୋକାନ, ଏଥିରେ ପୁଣି ଖବର କ’ଣ । ହଁ ଆଜ୍ଞା ଏଥିରେ ଖବର ହିଁ ଅଛି । ଅନ୍ୟକୁ ଉତ୍ସାହିତ କରିବା ଭଳି ଖବର । ପରିଣତ ବୟସରେ ନିଜ ଭିତରେ ଆତ୍ମବିଶ୍ୱାସ ରଖିବା ଭଳି ଭଲ ଖବର ।

ବିବାହ ବେଦୀରେ ହାତ ଧରି ସାଥି ହୋଇଥିଲେ, ଆଉ ପରିଣତ ବୟସରେ ସାଥୀ ହୋଇ କୌଳିକ ବୃତିକୁ ବଞ୍ଚାଇ ରଖିଛନ୍ତି । ଏମାନେ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଜଦାଣ୍ଡର ସିମାଦ୍ରୀ ସାହୁ ଓ କ୍ରିଷ୍ଣାବେଣୀ ସାହୁ । ଯୁବାବସ୍ତାରେ ପାରଳା ରାଜ ପରିବାର ପାଇଁ ମିଠା ତିଆରି କରୁଥିଲେ । ଆଉ ଏବେ ୯୦ ବର୍ଷ ବୟସରେ ପାରଳାବାସୀଙ୍କ ପାଇଁ ମିଠା ଖଜା ତିଆରି କରୁଛନ୍ତି । ଆଉ ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ୮୮ ବର୍ଷିୟ ସ୍ତ୍ରୀ ।

ଗ୍ରାହକଙ୍କୁ ମିଠା ଖୁଆଇବା ପାଇଁ ସକାଳୁ ସକାଳୁ ଉଠି ଯାଆନ୍ତି ଏହି ବୃଦ୍ଧା ଦମ୍ପତି । ନିଜର ନିତ୍ୟକର୍ମ ସାରି ଲାଗିପଡନ୍ତି ମିଠା ତିଆରି କାମରେ । ଚାଲିବାକୁ ପାଦରେ ବଳ ନଥିଲେ ବି ମିଠା ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ବଜାରରୁ ନିଜେ କିଣିଥାନ୍ତି ସୀମାଦ୍ରୀ । ଏହି ବୃଦ୍ଧା ଦମ୍ପତିଙ୍କର ପୁଅ ବୋହୂ ବି ଅଛନ୍ତି, ହେଲେ ଏମାନେ ସେମାନଙ୍କ ଉପରେ ନିର୍ଭରଶୀଳ ନୁହନ୍ତି । ଆଜି ନିଜେ ଖଟନ୍ତି ଆଉ ଯାହା ରୋଜଗାର କରନ୍ତି ସେଥିରେ ସେମାନେ ଚଳନ୍ତି । ଏହା ଏକ ପ୍ରେରଣୀଦାୟୀ ଖବର ନୁହେଁ ତ ଆଉ କଣ ।