ଏକଜିଟ୍ ପୋଲ ଆସିବା ପରେ ବିଜେପିର ବଢ଼ିଲା ଉତ୍ସାହ : ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖା ପିନ୍ଧି ତିଆରି କରାଯାଉଛି ମିଠା

233

ଏକଜିଟ୍ ପୋଲ ଆସିବା ପରେ ଉତ୍ସାହିତ ହୋଇ ମୁମ୍ବାଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଲେଣି । ଉତ୍ତର-ମୁମ୍ବାଇର ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟିଙ୍କ କାର୍ଯ୍ୟକର୍ତ୍ତା ଫଳାଫଳ ଆସିବା ପୂର୍ବରୁ ହିଁ ୪ ହଜାର କିଲୋ ମିଠା ର ଅର୍ଡର ଦେଇଛନ୍ତି । ଏହି ମିଠା ପ୍ରସ୍ତୁତ କରୁଥିବା କାରିଗର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ମିଠା ପ୍ରସ୍ତୁତ କରୁଛନ୍ତି ।

ଗୋପାଳ ସେଟ୍ଟିଙ୍କ ବିଜୟ ପୂର୍ବରୁ ହିଁ ମୁମ୍ବାଇର ବୋରିବଲୀରେ ଦୋକାନୀ ଲଡୁ ଓ ମିଠା ତିଆରି କରୁଛନ୍ତି । ଦୋକନୀ ମୁତାବକ, ଗୋପାଳ ସେଟ୍ଟିଙ୍କ ତରଫରୁ ମିଠା ଅର୍ଡର ମିଳିଛି । ଦୋକାନୀଙ୍କ କହିବାନୁସାରେ, ତାଙ୍କ ପାଖରେ କାମ କରୁଥିବା କାରିଗର ବହୁତ ଖୁସି ଅଛନ୍ତି । ସେଥିପାଇଁ ସେମାନେ ମୁଖା ପିନ୍ଧି ମିଠା ତିଆରି କରୁଛନ୍ତି । ଗୋପାଳ ସେଟ୍ଟି ଲୋକସଭା ନିର୍ବାଚନ ଜିତିବା ପୂର୍ବରୁ ବୋରିବଲୀ ବିଧାନସଭା ଆସନରୁ ବିଧାୟକ ରହିସାରିଛନ୍ତି । ଉତ୍ତର ମୁମ୍ବାଇ ଆସନରୁ ଉର୍ମିଲା ମାତୋଣ୍ଡକର ଓ ବିଜେପି ସାଂସଦ ଗୋପାଳ ସେଟ୍ଟିଙ୍କ ମଧ୍ୟରେ ମୁକାବିଲା ହୋଇଛି ।

Comments are closed.