ହାଣିଥିଲା, ଆତ୍ମସମର୍ପଣ କଲା । ମିଠା ଦୋକାନୀକୁ ହତ୍ୟା ମାମଲାରେ ସରେଣ୍ଡର କଲା ମୁଖ୍ୟ ଅଭିଯୁକ୍ତ ରାଜକୁମାର ବେହେରା ।

Advertisment
ହାଣିଥିଲା, ଆତ୍ମସମର୍ପଣ କଲା । ମିଠା ଦୋକାନୀକୁ ହତ୍ୟା ମାମଲାରେ ସରେଣ୍ଡର କଲା ମୁଖ୍ୟ ଅଭିଯୁକ୍ତ ରାଜକୁମାର ବେହେରା ।

କନକ ବ୍ୟୁରୋ: ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ଗୋଡେଇ ଗୋଡେଇ ହାଣିବା ଘଟଣା । ସରେଣ୍ଡର କଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଲୋମ ଟାଙ୍କୁରା ହତ୍ୟାର ମୁଖ୍ୟ ଅଭିଯୁକ୍ତ ରାଜକୁମାର ବେହେରା ଆତ୍ମସମର୍ପଣ କଲା । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛି ମୁଖ୍ୟ ଅଭିଯୁକ୍ତ । ରାଜକୁମାରକୁ ଧରିବାକୁ ୪ ଜିଲ୍ଲାରେ ରେଡ୍ ମାରିଥିଲା ପୋଲିସ । ତେବେ ହତ୍ୟା ପଛର ମୁଖ୍ୟ ଷଡଯନ୍ତ୍ରକାରୀକୁ ଅଧିକ ପଚରା ଉଚରା ପାଇଁ ରିମାଣ୍ଡରେ ଆଣିବ ପୋଲିସ ।

ଏନକାଉଣ୍ଟର ଭୟରେ ଅଭିଯୁକ୍ତ ଆତ୍ମସପର୍ମଣ କରିଥିବା ସନ୍ଦେହ । ତେବେ ଗତ ୪ ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ରାଜଧାନୀରେ ମୁଣ୍ଡ ଗଡିଥିଲା । ଜଣେ ମିଠା ଦୋକାନୀ ଜମ୍ମୁ ସାହୁଙ୍କୁ ବିଚ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୃତ୍ତ । ଏକ ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ଦୋକାନୀ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଯାହାର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ହତ୍ୟାକାରୀକୁ ଗିରଫ ଦାବିରେ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ । ଆଉ ଆଜି ଆତ୍ମସମର୍ପଣ କରିଛି ମାଷ୍ଟରମାଇଣ୍ଡ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe