ମିଠା ଲାଗୁଛି ନିମ୍ବପତ୍ର : ନିମ୍ବଗଛର ପତ୍ର ପିତା ବଦଳରେ ଲାଗୁଛି ମିଠା ; ନିଆଳି କସର୍ଦା ଅଞ୍ଚଳରେ ଅଲୌକିକ ଘଟଣା

576

କନକ ବ୍ୟୁରୋ : ନିଆଳି ଅଂଚଳରେ ଅଲୌକିକ ଘଟଣା । ମିଠା ଲାଗୁଛି ନିମ୍ୱପତ୍ର । ନିମ୍ୱପତ୍ର ପିତା ବଦଳରେ ମିଠା ଲାଗିବାକୁ ନେଇ ସାରା ଅଂଚଳରେ ଚର୍ଚା । ନିଆଳିର କସର୍ଦାରେ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ରହିଛି ଏପରି ନିମ୍ୱ ଗଛ । ଏହି ଗଛ ବହୁ ପୁରାତନ । ଲୋକେ ଏଠାକୁ ମାନସିକ ପୂରଣ ପାଇଁ ଆସି ପୂଜାର୍ଚ୍ଚନା କରିଥାନ୍ତି ।

ତେବେ ଗଛରୁ ଝଡି ପଡିଥିବା ପତ୍ରକୁ ଲୋକେ ଭକ୍ତି ସହକାରେ ଖାଇଥାନ୍ତି । ଲୋକଙ୍କ ବିଶ୍ୱାସ ରହିଛି , ଏହି ବିରଳ ନିମ୍ୱ ଗଛର ପତ୍ର ଖାଇଲେ ଠାକୁର ଅନନ୍ତ ବାସୁଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଏଥିପାଇଁ ପ୍ରତିବର୍ଷ ଏହି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ ।

ମହାରାଷ୍ଟ୍ରରେ ସିିରିଡି ସାଇ ମନ୍ଦିର ପରିସରରେ ଥିବା ଏକ ଲିମ୍ୱ ଗଛର ପତ୍ର ମିଠା ଲାଗିବା ଘଟଣା ସାମ୍ନାକୁ ଆସିଥିଲା । ଓଡିଶାରେ ନିଆଳିର କର୍ସଦା ଅଂଚଳରେ ନିମ୍ୱ ଗଛର ପତ୍ରର ସ୍ୱାଦ ଏପରି ଆସିବା ସମସ୍ତଙ୍କୁ ଚକିତ କରିଛି ।