ଡାଇବେଟିସ୍ ର ମୁଖ୍ୟ କାରଣ ମିଠା ନୁହେଁ ! : ଆସନ୍ତୁ ଜାଣିବା ଏହାର ଅସଲି କାରଣ ବିଷୟରେ

116

ବେଳେବେଳେ ଆପଣ ଲୋକମାନେ କହୁଥିବା ଶୁଣୁଥିବେ କି “ ଏତେ ମିଠା ଖାଆନ୍ତୁନି, ଡାଇବେଟିସ୍ ହୋଇଯିବ ” । କିନ୍ତୁ କ’ଣ ସତରେ ଏମିତି ହୁଏ ? ଏହା ସତ୍ୟ ଅଟେ ଯେ ଯେଉଁ ଲୋକଙ୍କ ଡାଇବେଟିସ୍ ସମସ୍ୟା ଥାଏ, ତାଙ୍କୁ ଡାକ୍ତର ମିଠା ଖାଇବାକୁ ମନା କରନ୍ତି ବା ପରାମର୍ଶ ଦିଅନ୍ତି । କିନ୍ତୁ ଯେଉଁ ଲୋକଙ୍କ ଡାଇବେଟିସ୍ ସମସ୍ୟା ନାହିଁ, କ’ଣ ସେମାନଙ୍କ ପାଇଁ ବି ମିଠା ମନା ଅଛି ?

ଦୁଇ ପ୍ରକାରର ଡାଇବେଟିସ୍ ଥାଏ । ଟାଇପ୍-ଏ ଏବଂ ଟାଇପ୍-ବି । ଏହି ଦୁଇ ପ୍ରକାରର ଡାଇବେଟିସର ସମ୍ବନ୍ଧ ମିଠା ଖାଇବା ସହିତ ଜଡିତ ନୁହେଁ । ଟାଇପ୍-ବି ଡାଇବେଟିସ ମୋଟାପଣୀ କାରଣ ହୋଇପାରେ । ଏହା ଶରୀର ଉପରେ ଧ୍ୟାନ ନ ଦେବା କାରଣରୁ ଏବଂ ଜଙ୍କ ଫୁଡ୍ ଖାଇବା ଦ୍ୱାରା ହୋଇପାରେ । ଏହି ଡାଇବେଟିସ୍ ର ସମ୍ବନ୍ଧ ପରୋକ୍ଷ ଭାବେ ଚିନି ସହିତ ଦେଖାଯାଇଛି । ଅଧିକ ଚିନିର ସେବନ ଦ୍ୱାରା ଆପଣ ମୋଟାପଣର ଶିକାର ହୁଅନ୍ତି । ସେଥିପାଇଁ ପରେ ଡାଇବେଟିସ୍ ରେ ପୀଡିତ ରୋଗୀଙ୍କୁ ମିଠା ଅଧିକ ନଖାଇବାର ପରାମର୍ଶ ଦିଆଯାଇଥାଏ ।

କିଛି ଲୋକଙ୍କ ଭ୍ରମ ଏହା ଯେ, ଯେଉଁ ଲୋକମାନେ ଡାଇବେଟିସ୍ ରେ ପୀଡିତ ସେମାନେ ମିଠା ଖାଇପାରିବେନି । କିନ୍ତୁ ଏମିତି ବିଲକୁଲ ନୁହେଁ, ଯଦି ଡାଇବେଟିସର ପ୍ରାରମ୍ଭ ସମୟରେ ସନ୍ତୁଳିତ ଆହାରରେ ସୁଗର ରହିବା ଅନିବାର୍ଯ୍ୟ । ଏହା ଦ୍ୱାରା ଲୋକଙ୍କୁ ସୁଗରର ରୋଗ ଠାରୁ ଲଢ଼ିବାରେ ସହାୟତା ମିଳେ । ଲୋକଙ୍କୁ କୈାଣସି ପ୍ରକାରର ପ୍ରୟୋଗ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।  ଯଦି ଆପଣ ପ୍ରତିଦିନ ୬ ଚାମଚ ଚିନି ସେବନ କରୁଛନ୍ତି, ତେବେ ଆପଣଙ୍କୁ ଚନ୍ତିତି ହେବାର ଆବଶ୍ୟକତା ନାହିଁ । ଡଐଙ ଅନୁସାରେ ଚିନିର ଏତିକି ମାତ୍ରାରେ ଶରୀରର କୈାଣସି କ୍ଷତି ହୁଏନି ।