କନକ ବ୍ୟୁରୋ: ଉମରକୋଟ ପୌର କାର୍ଯ୍ୟାଳୟ ଆଗରେ ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ମାସିକ ଦରମାରେ ଅନିୟମିତତା, ଦରମାରୁ କଟୁଥିବା ଇପିଫଓର ପ୍ରମାଣ, ସେପ୍ଟି ବୁଟ୍ ଓ ଗ୍ଲୋବସ ଯୋଗାଇଦେବା ଦାବିରେ ୪ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ସେମାନଙ୍କ ଦାବି ପୂରଣ ନହେବାରୁ ଆଜି ଅଫିସ୍ ଫାଟକ ଅମ୍ମୁଖରେ ଅଳିଆ ପକାଇ ଆନ୍ଦୋଳନ କରିଛନ୍ତି ସଫେଇ କର୍ମୀ ।

Advertisment

୪ ଦିନ ଧରି ଉମରକୋଟ ସହରରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ପଡ଼ିରହିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ନୂଆ ପୁରୁଣା ମିଶି ମୋଟ ୮୪ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି କିନ୍ତୁ ପୌର ପରିଷଦରେ ୧୦୬ ଜଣଙ୍କ ନାମରେ ଦରମା କରାଯାଉଛି ତାହାହେଲେ ବଳକା ୨୨ କର୍ମଚାରୀ କେଉଁ ମାନେ ବୋଲି ସଫେଇ କର୍ମଚାରୀ ପ୍ରଶ୍ନ କରିଛନ୍ତି ।