କନକ ବ୍ୟୁରୋ:ଠିକା ସଂସ୍ଥାର ମନମାନୀକୁ ନେଇ ପ୍ରତିବାଦ । ଉଠୁନି ଅଳିଆ, ଝାଡୁ ଛାଡି ଆନ୍ଦୋଳନରେ ସଫେଇ କର୍ମଚାରୀ । ଖୋର୍ଦ୍ଧା ମୁନସିପାଲଟି ସମ୍ମୁଖରେ ଶହ ଶହ ସଫେଇ କର୍ମଚାରୀ ହକ ଦାବିରେ ଧାରଣା ଦେଇଛନ୍ତି । ମନଇଛା ଦରମାକାଟ, ଇପିଏଫ, ଇଏସଆଇ ଲାଗୁ ନକରିବା ପ୍ରତିବାଦରେ ସଫେଇ କର୍ମଚାରୀ ଧାରଣା ଦେଇଛନ୍ତି ।

Advertisment

ପୌରାଞ୍ଚରେ ଠିକା ସଂସ୍ଥା ଅଧୀନରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟ କରୁଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥା କର୍ମଚାରୀଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ପ୍ରତିବାଦ ସ୍ଥଳରେ ପହଞ୍ଚି ପ୍ରଶାସନିକ ଅଧିକାରୀ ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଧାରଣା ହଟିନାହିଁ । ଦାବି ପୂରଣ ନହେବା ଯାଏ ପ୍ରତିବାଦ ଜାରି ରହିବ ବୋଲି ସଫେଇ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି ।