କନକ ବ୍ୟୁରୋ: ସ୍ୱିଡେନର ସ୍ୱାନ୍ତେ ପାବୋଙ୍କୁ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଛି । ସେ ମାନବଙ୍କ କ୍ରମିକ ବିକାଶ ଉପରେ ଗବେଷଣା କରି ଏହି ସମ୍ମାନ ପାଇବାକୁ ଯାଉଛନ୍ତି ।

Advertisment

ନୋବେଲ କମିଟିର ସଚିବ ଥୋମାସ ପର୍ଲମ୍ୟାନ ଷ୍ଟକହୋମ, ସ୍ୱିଡେନର କ୍ୟାରେଲିନସ୍କୋ ଇନଷ୍ଟିଚ୍ୟୁଟରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ସହ ଏହି ପୁରସ୍କାର ବିଜେତାଙ୍କ ଘୋଷଣା ଆରମ୍ଭ ହୋଇଛି । ମଙ୍ଗଳବାର ଭୌତିକ ବିଜ୍ଞାନ ଏବଂ ବୁଧବାର ରସାୟନ  ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯିବ ।

ଚଳିତ ଥର ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଶୁକ୍ରବାର ଏବଂ ଅର୍ଥଶାସ୍ତ୍ରରେ ପୁରସ୍କାରର ଘୋଷଣା ଅକ୍ଟୋବର ୧୦ରେ ହେବ । ବିଜେତାଙ୍କୁ ଭାରତୀୟ ମୁଦ୍ରାରେ ୭.୩୧ କୋଟି ଟଙ୍କା ମିଳିବ । ଡିସେମ୍ବର ୧୦ ତାରିଖରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ।