ଗରମ ଦିନରେ ଶରୀରରୁ ଝାଳ ବାହାରିବା ସହିତ ଝାଳଜନିତ ଦୁର୍ଗନ୍ଧ ଆସିବା ଅତ୍ୟନ୍ତ ସାଧାରଣ କଥା ଅଟେ। ଯେଉଁଥିରୁ ମୁକ୍ତି ପାଇବାକୁ ବ୍ୟକ୍ତି ତାହାର ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ଡିଓ ବା ପର୍ଫ୍ୟୁମ ବ୍ୟବହାର ମଧ୍ୟ କରିଥାଏ। ହେଲେ ଡିଓ ହୁଏତ ତାଙ୍କର ଏହି ସମସ୍ୟାକୁ ଦୂର କରିଥାଏ ସତ କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ ,ଯେପରିକି ଶରୀରରେ ଜଳାପୋଡା ହେବା,ନାଲି ଦାଗ ପଡ଼ିଯିବା ଇତ୍ୟାଦି । ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକଟି ରୋଷେଇ ଘରେ ଥିବା ଏପରି କିଛି ସାମଗ୍ରୀ ବିଷୟରେ କହିବୁ,ଯାହାର ପ୍ରୟୋଗ କରି ଆପଣ ବି ଝାଳଜନିତ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇପାରିବେ।
ଆସନ୍ତୁ ଜାଣିବା କ’ଣ ଏହି ସବୁ ଉପାୟ ...
୧-ବେକିଂ ସୋଡା ଓ ଲେମ୍ବୁର ପ୍ରୟୋଗ :- ଏକ ସତେଜ ଲେମ୍ବୁର ରସକୁ ଆଣି ସେଥିରେ ଏକ ଚାମଚ ବେକିଂ ସୋଡାକୁ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ ଝାଳ ବାହାରୁଥିବା ସ୍ଥାନରେ ଲଗାନ୍ତୁ। ଏହାଫଳରେ ଶୀରରରେ ଉତ୍ପନ୍ନ ହେଉଥିବା ଝାଳ ବାହାରିବା ସମସ୍ୟା ଧୀରେଧୀ ରେ ବନ୍ଦ ହୋଇଥାଏ।
୨-ଭିନେଗାର୍ ପ୍ରୟୋଗ କରି ବି ଝାଳଜନିତ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଆନ୍ତୁ:- ଆପଣ ଏକ ତୁଳା ସହାଯ୍ୟରେ ଭିନେଗାର୍କୁ ଆଣି ଶରୀରର ସେହି ଜାଗାରେ ଲଗାନ୍ତୁ ,ଯେଉଁଠାରୁ ଆପଣଙ୍କର ନିୟମିତ ଝାଳ ବାହାରୁଛି।
୩-ଲେମ୍ବୁର ପ୍ରୟୋଗ :- ଝାଳଜନିତ ଦୁର୍ଗନ୍ଧରୁ ମୁକ୍ତି ପାଇବାକୁ ହେଲେ ଆପଣ ଲେମ୍ବୁକୁ ଆଣି ଦୁର୍ଗନ୍ଧ ହେଉଥିବା ସ୍ଥାନରେ ଘଷନ୍ତୁ। ଏପରି କିଛିଦିନର ପ୍ରୟୋଗ କରିବା ଯୋଗୁଁ ଝାଳଜନିତ ଦୁର୍ଗନ୍ଧ ସମସ୍ୟାରୁ ଉପଶମ ମିଳିଥାଏ।
୪- ଟମାଟୋରର ପ୍ରୟୋଗ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ :- ଆପଣଙ୍କ ଗାଧୋଇବା ପାଣିରେ ଟମାଟୋର ରସକୁ ମିଶ୍ରଣ କରି ନିୟମିତ ଭାବେ ଗାଧାନ୍ତୁ। କାରଣ ଟମାଟୋରରେ ଅନେକ ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ୍ ରହିଥାଏ,ଯାହାକି ଦେହରୁ ବାହାରୁଥିବା ଝାଳଜନିତ ଦୁର୍ଗନ୍ଧ ସମସ୍ୟା କବଳରୁ ଆପଣଙ୍କୁ ମୁକ୍ତି ଦେଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Capture-14.jpg)
/kanak/media/post_attachments/wp-content/uploads/2019/06/1546413571643-300x169.jpg)
/kanak/media/post_attachments/wp-content/uploads/2019/06/How-to-Stop-Underarm-Armpit-Sweating-Permanently-and-Naturally-Home-Remedies-Source-www.homeremediesorg.com_-300x185.jpg)