କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ପୁଣି ଥରେ ରାଜ୍ୟରେ ବିଜୁ ଜନତା ଦଳ ଓଡ଼ିଶା ଲୋକଙ୍କ ଆସ୍ଥାଭାଜନ ହୋଇଛି। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ ତାରିଖରେ ଶପଥ ନେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସଂସଦୀୟ ବ୍ୟପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣ ମନ୍ତ୍ରୀ ଶପଥ ନେବେ।

Advertisment

publive-imageମିଳିଥିବା ଖବର ମୁତାବକ ‘ଫନି’ ବାତ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଏବେ ବି ବିପନ୍ନଙ୍କ ଦୁଃଖ ଦୂର ହୋଇନଥିବାରୁ ଏହି ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ାମ୍ବର ଭାବେ ପାଳନ କରିବାକୁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶପଥ ଗ୍ରହଣ ସମାରୋହ ରାଜଭବନରେ ହେବ କି ଅନ୍ୟ କେଉଁ ସ୍ଥାନରେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।