୩୧ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ । ୨୯ରେ ଓଡ଼ିଶା ଆସିବେ ରଘୁବର ଦାସ, କହିଲେ ଓଡ଼ିଶା ବିକାଶର ଶୀର୍ଷରେ ପହଁଚିବ
କନକ ବ୍ୟୁରୋ: ଆସନ୍ତା ୩୧ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ । ୨୯ ତାରିଖରେ ରାଜଭବନରେ ପହଂଚିବେ ରଘୁବର ଦାସ । ଓଡିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । କହିଛନ୍ତି କୌଣସି ଦାୟିତ୍ୱ କଠିନ ନୁହେଁ । ନିଷ୍ଠାର ସହ ଦାୟିତ୍ୱ ତୁଳାଇଲେ ଯେତେ ବଡ କାମ ବି ସହଜରେ କରି ହୋଇଥାଏ । ୧୯୮୦ ମସିହାରୁ ଜନତାଙ୍କ ସେବା କରି ଆସୁଥିବା କହିଛନ୍ତି ରଘୁବର ଦାସ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ସେ କହିଛନ୍ତି, ବିଜେପି ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ଜନତା ପ୍ରେମର ସହ ଯାହା ଦାୟିତ୍ୱ କାନ୍ଧରେ ଦେଇଛନ୍ତି । ତାକୁ ନିଷ୍ଠାର ସହ ସେ ନିର୍ବାହ କରିଛନ୍ତି । ଆଗକୁ ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି ରଘୁବର ଦାସ କହିଛନ୍ତି । ତେବେ ଆଜି ବର୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଜଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନରେ ହେବାକୁ ଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ରାଜଭବନ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।