କନକ ବ୍ୟୁରୋ: ଆସନ୍ତା ୩୧ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ । ୨୯ ତାରିଖରେ ରାଜଭବନରେ ପହଂଚିବେ ରଘୁବର ଦାସ । ଓଡିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । କହିଛନ୍ତି କୌଣସି ଦାୟିତ୍ୱ କଠିନ ନୁହେଁ । ନିଷ୍ଠାର ସହ ଦାୟିତ୍ୱ ତୁଳାଇଲେ ଯେତେ ବଡ କାମ ବି ସହଜରେ କରି ହୋଇଥାଏ । ୧୯୮୦ ମସିହାରୁ ଜନତାଙ୍କ ସେବା କରି ଆସୁଥିବା କହିଛନ୍ତି ରଘୁବର ଦାସ ।
ଏହାସହ ସେ କହିଛନ୍ତି, ବିଜେପି ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ଜନତା ପ୍ରେମର ସହ ଯାହା ଦାୟିତ୍ୱ କାନ୍ଧରେ ଦେଇଛନ୍ତି । ତାକୁ ନିଷ୍ଠାର ସହ ସେ ନିର୍ବାହ କରିଛନ୍ତି । ଆଗକୁ ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି ରଘୁବର ଦାସ କହିଛନ୍ତି । ତେବେ ଆଜି ବର୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଜଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନରେ ହେବାକୁ ଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ରାଜଭବନ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/r-1.jpg)