ସାମ୍ବାଦିକତାରୁ ରାଜନୀତି । ଶଙ୍ଖ ଧରିଲେ ସ୍ୱୟଂପ୍ରକାଶ ମହାପାତ୍ର । ବିଜେଡିରେ ଯୋଗଦେଲେ ଓଡ଼ିଶା ଗଣମାଧ୍ୟମ ଜଗତର ଚର୍ଚ୍ଚିତ ଚେହେରା ।

1,565

କନକ ବ୍ୟୁରୋ : ଶଙ୍ଖ ଧରିଲେ ସ୍ୱୟଂପ୍ରକାଶ । ବିଜେଡିରେ ଯୋଗ ଦେଲେ ଓଡ଼ିଶା ଗଣମାଧ୍ୟମ ଜଗତର ଲୋକପ୍ରିୟ ଓ ଚର୍ଚ୍ଚିତ ଚେହେରା ସ୍ୱୟଂ ପ୍ରକାଶ ମହାପାତ୍ର । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ ନିର୍ବାହ କରିବେ ବୋଲି କହିଛନ୍ତି ସ୍ୱୟଂପ୍ରକାଶ ।

ତେବେ ୧୦ ବର୍ଷରୁ ଅଧିକ ସମୟ ଧରି ସାମ୍ବାଦିକ ଭାବେ କାର୍ଯ୍ୟ କରିଥିବା ସ୍ୱୟଂପ୍ରକାଶ ଓଡ଼ିଶାର ଘରେ ଘରେ ପରିଚିତ । ଜଣେ ଲୋକପ୍ରିୟ ଟିଭି ଉପସ୍ଥାପକ ଭାବେ ପରିଚିତି ହାସଲ କରିଥିବା ସ୍ୱୟଂପ୍ରକାଶ ଅନେକ ସମୟରେ ଲୋକଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗ ଗଣମାଧ୍ୟମରେ ଉଠାଇଛନ୍ତି । ପ୍ରଥମେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିବା ସ୍ୱୟଂପ୍ରକାଶ ପରବର୍ତ୍ତୀ ସମୟରେ କନକ ନ୍ୟୁଜରେ କାମ କରିଛନ୍ତି ।

ଦୀର୍ଘ ୭ ବର୍ଷ ହେବ କନକ ନ୍ୟୁଜରେ କାମ କରିବା ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ସ୍ୱୟଂପ୍ରକାଶ । ଖାସକରି ବିଗ୍ ଡିବେଟ ମାଧ୍ୟମରେ ବଡ ବଡ ପ୍ରସଙ୍ଗ ଉଠାଇବା ହେଉ କିମ୍ବା ନିର୍ବାଚନ ସମୟରେ ହେଉଥିବା ଉଚ୍ଚକୋଟୀର ବିତର୍କକୁ ବେଶ ନିପୁଣତାର ସହ ପରିଚାଳନା କରିବାରେ ବେଶ ସିଦ୍ଧହସ୍ତ ଥିଲେ ସ୍ୱୟଂପ୍ରକାଶ ।