କନକ ବ୍ୟୁରୋ : ମିଳିଲା ନୟାଗଡରେ ନିଖୋଜ ୩ ବର୍ଷର ଶିଶୁ ସ୍ୱାତୀର ମୃତହେହ । ରାଜସୁନାଖଳା ଥାନା ବଧିପାଟଣା ଗାଁର ନିକଟ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ୧୧ ତାରିଖରେ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ ।
ସ୍ୱାତୀକୁ ଖୋଜିବା ପାଇଁ ପୁଲିସ ୧୧ ତାରିଖରୁ ନାକେଦମ ହୋଇଯାଇଥିଲା । ଗାଁ ପୋଖରୀରେ ବୁଡମାରି ତନ୍ନତନ୍ନ କରି ଖୋଜିଥିଲା । କାଳେ ପୋଖରୀ କିମ୍ବା କୂଅରେ ବୁଡି ଯାଇଥିବ ସ୍ୱାତୀ, ସେହି ସନ୍ଦେହରେ ଜୋରଦାର ଚାଲିଥିଲା ଖାନତଲାସ । ଖୋଦ ଏସପି ଏହାର ତଦାରଖ କରୁଥିଲେ । ଘରକୁ ଘର ବୁଲି ସ୍ୱାତୀ ବାବଦରେ ତଥ୍ୟ ସଂଗ୍ରହ ଚାଲିଥିଲା । ଅପହରଣ ଅଭିଯୋଗ ଆଧାରରେ ଆଉଏକ ଟିମ୍ ମଧ୍ୟ ଭିନ୍ନଭିନ୍ନ ସ୍ଥାନରେ ଚଢାଉ କରିଥିଲା ।
ଗାଁକୁ ଆସିଥିବା କିଛି ଫେରିବାଲା ସ୍ୱାତୀକୁ ଅପହରଣ କରିନେଇଥିବା ସନ୍ଦେହ କରୁଥିଲେ ବାପା, ମାଆ । ଶେଷରେ ଏକ ପୋଖରୀରୁ ସ୍ୱାତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଏସପି ପହଂଚିଛନ୍ତି କିଛି ସମୟ ମଧ୍ୟରେ ଆସି ସାଇଂଟିଫିକ ଟିମ୍ ପହଂଚିବ । କେମିତି ହେଲା ସ୍ୱାତୀର ମୃତ୍ୟୁ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/26-12.jpg)