କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ନିର୍ବାଚିତ ହେବା ନେଇ ସମସ୍ତ ପ୍ରତିବନ୍ଧକ ହଟିଛି । ସ୍କୁଟିନିଂ ପରେ ୩ ଜଣଙ୍କୁ ନିର୍ବିରୋଧ ନିର୍ବାଚିତ କରାଯାଇଛି । ବିଜୟ ସାର୍ଟିଫିକେଟ ନେବାକୁ ଏହି ୩ ଜଣ ନେତା ଆଜି ସ୍କୁଟିନିଂ ଅଫିସ ଆସିବେ । ସେପଟେ ଜେଲରେ ବନ୍ଦ ଥିବା ସଂଜୟ ସିଂ ବି ବିଜୟ ପରେ କୋର୍ଟଙ୍କ ଅନୁମତି ନେଇ ସାର୍ଟିଫିକେଟ ନେବାକୁ ଆସିବେ ବୋଲି ଜଣାପଡିଛି ।
ଦିଲ୍ଲୀରୁ ରାଜ୍ୟସଭାକୁ ୩ ଟି ଆସନ ପାଇଁ ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ଆଶାୟୀ ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ସୋମବାର ଦିନ ନାମାଙ୍କନ ଦାଖଲ କରିଥିଲେ । ଆମ୍ ଆଦମୀ ପାର୍ଟିର ୩ ରାଜ୍ୟସଭା ସାଂସଦ ଏନଡି ଗୁପ୍ତା, ସଂଜୟ ସିଂ ଓ ସୁଶୀଲ କୁମାର ଗୁପ୍ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ ତାରିଖରେ ସମାପ୍ତ ହେବାକୁ ଯାଉଛି । ଏହି କ୍ରମରେ ଆପ୍ ଏଥର ସୁଶୀଲ ଗୁୁପ୍ତାଙ୍କ ବଦଳରେ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପଠାଇଛି ।
ଜେଲରେ ବନ୍ଦ ଥିବା ସଂଜୟ ସିଂ ପୋଲିସ କର୍ମୀଙ୍କ ସୁରକ୍ଷାରେ ଜେଲରୁ ଯାଇ ନାମାଙ୍କନ ଭରିଥିଲେ । ସେ ଗାଡିରୁ ଓହ୍ଲାଇବା ପରେ ଦଳୀୟ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିବା ସହ ବିଜେପି ବିରୋଧରେ ନାରାବାଜୀ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/30-8.jpg)