ସ୍ୱାତୀ ମାଲିୱାଲ ମାମଲାରେ ବୈଭବ କୁମାରଙ୍କୁ ଝଟକା । ଜୁନ ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ନ୍ୟାୟିକ ହେପାଜତ ଅବଧୀ

66

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡପିଟ୍ କରିବା ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବୈଭବ କୁମାରଙ୍କ ନ୍ୟାୟିକ ହେପାଜତ ଅବଧୀ ଜୁନ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ସ୍ୱାତୀ ମାଲିୱାଲଙ୍କୁ ମାଡପିଟ୍ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ନେଇ ବୈଭବ କୁମାରଙ୍କ ଉପରେ ଅଭିଯୋଗ ହେବା ପରେ ମେ ୧୩ ତାରିଖରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଏହି ମାମଲାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହୋଇଛି । ଡେପୁଟି ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଆଜି ବୈଭବ କୁମାରଙ୍କୁ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ତାଙ୍କ ନ୍ୟାୟିକ ହେପାଜତ ଅବଧୀ ଜୁନ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶୁକ୍ରବାର ଦିନ କୋର୍ଟରେ ସାକ୍ଷୀ ହାଜର ନ ହେବା କାରଣରୁ ବୈଭବ କୁମାରଙ୍କ ହେପାଜତ ଅବଧୀ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା ।

ଏହା ପୂର୍ବରୁ ଜୁନ ୧୪ ତାରିଖରେ ଦିଲ୍ଲୀ ହାଇକୋର୍ଟ ବୈଭବ କୁମାରଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲା । ବୈଭବ କୁମାର ଟ୍ରାଏଲ କୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । ଯେଉଁଥିରେ ତାଙ୍କୁ ଜାମିନ ଦେବାକୁ ମନା କରାଯାଇଥିଲା । ଜାମିନ ଆବେଦନରେ ବୈଭକ କୁମାର କହିଛନ୍ତି କି, ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇ ଜେଲରେ ରଖାଯାଇଛି ।