କନକ ବ୍ୟୁରୋ: ବାଲେଶ୍ୱର ସହର ମାକଲପୁରସ୍ଥିତ ସ୍ୱସ୍ତିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ, କଳା, ବାଣିଜ୍ୟରେ ପାସ ହାର ଶତ ପ୍ରତିଶତ ହୋଇଛି । ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ମୋଟ ୯୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଟପ୍ପର ଆର୍ଯ୍ୟନ ଅଲ୍ଲି ଖାଁ(୫୫୨)ଙ୍କ ସମେତ ୬ ଜଣ ୫୦୦ରୁ ଅଧିକ ନମ୍ବର ରଖିବା ସହ ୮୪ ଜଣ ପ୍ରଥମ ଶ୍ରେଣୀ, ୧୧ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ପରୀକ୍ଷା ଦେଇଥିବା ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଶ୍ୱଜିତ ସାହୁ(୫୫୭)ଙ୍କ ସମେତ ୮ ଜଣ ୫୦୦ରୁ ଅଧିକ ନମ୍ବର ରଖିବା ସହ ୩୧ ଜଣ ପ୍ରଥମ ଶ୍ରେଣୀ, ୩ ଜଣ ଦ୍ୱିତୀୟ ଶ୍ରେଣୀ ଓ ୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନୁରୂପ କଳା ସ୍ରୋତରେ ପରୀକ୍ଷା ଦେଇଥିବା ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଟପ୍ପର ଦୀପସା ତ୍ରିପାଠୀ(୫୩୬)ଙ୍କ ସମେତ ୯ ଜଣ ୫୦୦ରୁ ଅଧିକ ନମ୍ବର ରଖିବା ସହ ୩୦ ଜଣ ପ୍ରଥମ ଶ୍ରେଣୀ ଓ ୯ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ନାୟକ, ନିର୍ଦ୍ଦେଶକ ବାଦଲ କୁମାର ପ୍ରଧାନ, ସମ୍ପାଦକ ମନୋରଞ୍ଜନ ପଲେଇ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୧୫ରୁ ସ୍ଥାପିତ ଏହି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା ଫଳ ଶତପ୍ରତିଶତ ହେବା ସହ ଅଳ୍ପଦିନ ମଧ୍ୟରେ ବାଲେଶ୍ୱର ସହରରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ସୁନାମ ଅର୍ଜନ କରିପାରିଛି ।

Advertisment

publive-image