କନକ ବ୍ୟୁରୋ: ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ବୃଦ୍ଧି ନେଇ, ସ୍ୱାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଛି ହେଲଥ କନକ୍ଲେଭ ୨୦୨୪ । ଏଥିରେ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ, ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଟି ଜୀବନ କେମିତି ମୂଲ୍ୟବାନ, ତାହା ବଖାଣିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା କେମିତି ଓଡିଶାର ପ୍ରତି ଗରିବ ପରିବାର ଉପକୃତ ହେଉଛନ୍ତି, ତାହା ବର୍ଣ୍ଣନା କରିଛନ୍ତି ।
କ୍ୟାନସର୍ ରୋଗର ନାଁ ଶୁଣିଲେ ଲୋଙ୍କ ଭିତରେ ଆପେ ଆପେ ଭୟ ସୃଷ୍ଟି ହୁଏ । କିନ୍ତୁ ହେଲଥ୍ କନକ୍ଲେଭରେ ଯୋଗ ଦେଇ କ୍ୟାନସରକୁ ଡରିବା ବଦଳରେ କେମିତି ପ୍ରତିହତ କରି ହେବ ସେ ନେଇ ପରାମର୍ଶ ଦେଇଛନ୍ତି ଦେଶର ବିଶିଷ୍ଟ କ୍ୟାନ୍ସର ବିଶେଷଜ୍ଞ ତଥା ଦିଲ୍ଲୀ ଏମସର ପୂର୍ବତନ କ୍ୟାନ୍ସର ସେଣ୍ଟର ମୁଖ୍ୟ ଡାକ୍ତର ଜି. କେ. ରଥ । ସେ କହିଛନ୍ତି, କ୍ୟାନସରରୁ ମୁକ୍ତି ମିଳିବା ସମ୍ଭବ । ତେବେ ସଚେତନତା ଓ ପ୍ରାଥମିକ ସ୍ତରରେ ଏହାର ଲକ୍ଷଣକୁ ଚିହ୍ନଟ କରି ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ।
କେବଳ ଏତିକି ନୁହେଁ କ୍ୟାନସରର ନୂଆ ଚିକିତ୍ସା ପଦ୍ଧତି, ପେଟ କ୍ୟାନସରକୁ କେମିତି ଚିହ୍ନିବା, ବ୍ଲଡ କ୍ୟାନ୍ସରରୁ କେମିତି ବଞ୍ଚିବେ ସେନେଇ ମତ ରଖିଛନ୍ତି ରାଜ୍ୟର ଜଣାଶୁଣା କ୍ୟାନସର ରୋଗ ବିଶେଷଜ୍ଞ । ଏଥିସହ କ୍ୟାନସରକୁ ଜିତିଥିବା ଦୁଇ ଯୋଦ୍ଧା ନିଜ ସଂଘର୍ଷର କାହାଣୀ କହିଛନ୍ତି । କର୍କଟ ପୀଡ଼ିତଙ୍କ ଯନ୍ତ୍ରଣାର ଉପଶମ କିପରି ଚିକିତ୍ସା ବିଜ୍ଞାନ ପାଇଁ ଆହ୍ୱାନ ହୋଇଛି, ଏ ସଂପର୍କରେ ଆଲୋକପାତ କରିଛନ୍ତି ବିଶେଷଜ୍ଞ ଡାକ୍ତର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/21-15.jpg)