କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେବେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱରୂପଙ୍କର ହେବ ଶେଷକୃତ୍ୟ । ଏନେଇ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ସଙ୍ଗୀତର ଯାଦୁଗର ସ୍ୱରୂପ ନାୟକ ।

Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱରୂପ ନାୟକ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ । ସ୍ୱରୂପ ନାୟଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି କରିଛି । ୭୦ରୁ ଅଧିକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସ୍ୱରୂପଙ୍କ ଦେହାନ୍ତ ଖବର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି