କନକ ବ୍ୟୁରୋ : ସୁନା ଗହଣା କାହାକୁ ବା ପସନ୍ଦ ନୁହେଁ । ବିବାହ, ବ୍ରତଘର ହେଉ କିମ୍ବା ଅନ୍ୟାନ୍ୟ ଉତ୍ସବ, ଲୋକେ ସୁନା ପିନ୍ଧି ସଜେଇ ହୋଇଥାନ୍ତି । ହୀରା ଏବଂ ପ୍ଲାଟିନମଠୁ ସୁନାର ମୂଲ୍ୟ କମ୍ ହୋଇଥିଲେ ବି ଲୋକେ ସୁନାକୁ ଅଧିକ ପସନ୍ଦ କନ୍ତି । ତେବେ ଜାଣିଛନ୍ତି ସୁନା କେଉଁଠୁ ଆସେ, ସୁନାର କିଛି ଖଣି ରହିଛି ନା ସୁନା ଅନ୍ୟ କୌଣସି ମାଧ୍ୟମରୁ ଆସିଥାଏ । ଆସନ୍ତୁ ଜାଣିବା...
ନଦୀରୁ ବାହାରୁଛି ସୁନା । ନଦୀ ବାଲିରୁ ସୁନାକୁ ଛାଣି ବାହାର କରନ୍ତି ସ୍ଥାନିୟ ଲୋକେ । କଥାଟା ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ କେଉଁଠି ଏପରି ନଦୀ ରହିଛି ଯେଉଁଥିରୁ ସୁନା ବାହାରୁଛି । ଏପରି ଏକ ନଦୀ ଆମ ଭାରତରେ ରହିଛି । ସୁବର୍ଣ୍ଣରେଖା ନଦୀ କଥା ତ ସମସ୍ତେ ଜାଣିଥିବେ । ଝାଡଖଣ୍ଡରେ ବହିଚାଲିଛି ସୁବର୍ଣ୍ଣରେଖା ନଦୀ । ଏହି ନଦୀର ପାଣିରୁ ସୁନା ମିଳୁଥିବାରୁ ଏହି ନଦୀକୁ ସୁବର୍ଣ୍ଣରେଖା ନାଁରେ ସମସ୍ତେ ଜାଣନ୍ତି । ଝାଡଖଣ୍ଡରେ ଏପରି କିଛି ସ୍ଥାନ ରହିଛି, ଯେଉଁଠି ସ୍ଥାନୀୟ ଆଦିବାସୀମାନେ ସକାଳ ହେଲେ ନଦୀକୁ ସୁନା ଛାଣିବା ଯାଇଥାନ୍ତି । ଆଉ ଦିନ ତମାମ ନଦୀର ବାଲିରୁ ସୁନାର ଛୋଟ ଛୋଟ କଣିକାକୁ ଛାଣି ବାହାର କରିଥାନ୍ତି ଆଦିବାସୀ ଲୋକେ । ତମାଂଡ ଏବଂ ସାରଂଡା ନାମକ ଅଞ୍ଚଳରେ ଆଦିବାସୀ ମହିଳା, ପୁରୁଷ ଏବଂ ଛୋଟ ପିଲା ସକାଳୁ ସକାଳୁ ସୁନା ଏକାଠି କରିବାରେ ଲାଗପଡନ୍ତି । ପୂର୍ବ ପୀଢିରୁ ନେଇ ଆଜି ପର୍ଯ୍ୟନ୍ତ ଏଠାକାର ଆଦିବାସୀ ଏହି କାମ କରିଆସୁଛନ୍ତି ।
ଭୁତତ୍ୱବିତଙ୍କ କହିବା ଅନୁସାରେ, ଏହି ନଦୀ ପହାଡ ଦେଇ ବହୁଥିବାରୁ ପାହାଡରେ ଥିବା ସୁନା ଏହି ନଦୀର ପାଣିରେ ଭାସିଆସିଥାଏ । ସୁବର୍ଣ୍ଣରେଖା ନଦୀର ଏକ ଶାଖା ନଦୀ ‘କରକରୀ’ ନଦୀରୁ ବି ସୁନା ବାହାରେ । କରକରୀ ନଦୀ ସୁବର୍ଣ୍ଣରେଖା ନଦୀର ଶାଖାନଦୀ ହୋଇଥିବାରୁ କରକରୀ ନଦୀର ବାଲିରୁ ବି ସୁନା ବାହାରିଥାଏ ।
ନଦୀର ବାଲିରୁ ସୁନା ଏକାଠି କରିବା ପାଇଁ ଲୋକଙ୍କ ଦିନ ତମାମ କାମ କରିବାକୁ ପଡିଥାଏ । ଆଦିବାସୀ ପରିବାରର ଲୋକେ ଦିନ ତମାମ ସୁନା ଖୋଜିବା ପରେ ମାତ୍ର ଗୋଟିଏ କିମ୍ବା ଦୁଇଟି ସୁନା କଣିକା ଏକାଠି କରିପାରନ୍ତି । ଯାହାକୁ ବିକ୍ରି କରି ମାତ୍ର ୧୦୦ରୁ ୨୦୦ ଟଙ୍କା ରୋଜଗାର କରିଥାନ୍ତି ଆଦିବାସୀ ଲୋକେ । ଠିକ୍ ଏହିଭଳି ଭାବେ ସୁନା ଏକାଠି କରି ଆଦିବାସୀ ଲୋକେ ମାସକୁ ପ୍ରାୟ ୮ରୁ ୧୦ ହଜାର ଟଙ୍କା ରୋଜଗାର କରିପାରନ୍ତି । ତେବେ ଏହି ନଦୀ କେବଳ ଝାଡଖଣ୍ଡରେ ବହୁଛି ତା ନୁହେଁ, ଝାଡଖଣ୍ଡ ସମେତ ପଶ୍ଚିମବଙ୍ଗ ଏବଂ ଓଡିଶା ଦେଇ ବହିଚାଲିଛି ।
ନଦୀରେ ଭାସୁଛି ସୁନା ! ସକାଳୁ ଉଠି ସୁନା ଛାଣିବାରେ ଲାଗନ୍ତି ଏଠାକାର ଲୋକେ, ଓଡିଶାରେ ବି ବହୁଛି ଏହି ନଦୀ
/kanak/media/post_attachments/wp-content/uploads/2022/02/7-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)