କନକ ବ୍ୟୁରୋ: ଲୋକାର୍ପିତ ହେଲା ସ୍ୱର୍ଗଦ୍ୱାର ଆପ୍ । ଏଣିକି ସହଜରେ ସ୍ୱର୍ଗଦ୍ୱାରରେ ହୋଇ ପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍ । ଆପ୍ରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ତିନିଟି ଭାଷାରେ ସୂଚନା ମିଳିପାରିବ ।
ଗତକାଲି ସଂଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ମୋବାଇଲ୍ ଆପ୍ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ । ସ୍ୱର୍ଗଦ୍ୱାରକୁ ଆସୁଥିବା ମୃତଦେହ ସଂଖ୍ୟା ବଢୁଥିବାରୁ ଏଣିକି ସହଜରେ ରେଜିଷ୍ଟ୍ରେସନ୍ ହୋଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ । ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରିବାକୁ ଚାହୁଥିବା ଲୋକେ ଏହି ମୋବାଇଲ୍ ଆପ୍ ଜରିଆରେ ସ୍ୱର୍ଗଦ୍ୱାରରୁ ମିଳୁଥିବା ସମସ୍ତ ସେବା ବିଷୟରେ ସହଜରେ ଜାଣିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/swargaswara.jpg)