ଡିଜିଟାଲ୍ ହେଲା ସ୍ୱର୍ଗଦ୍ୱାର ବ୍ୟବସ୍ଥା: ଏଣିକି ହାତପାଆନ୍ତାରେ ରହିବ ସୁବିଧା, ଅନଲାଇନରେ ହୋଇପାରିବ ‘ଶବଦାହ’ ବୁକିଂ

Advertisment
ଡିଜିଟାଲ୍ ହେଲା ସ୍ୱର୍ଗଦ୍ୱାର ବ୍ୟବସ୍ଥା: ଏଣିକି ହାତପାଆନ୍ତାରେ ରହିବ ସୁବିଧା, ଅନଲାଇନରେ ହୋଇପାରିବ ‘ଶବଦାହ’ ବୁକିଂ

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଆଉ ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଘରେ ବସି ଶବଦାହ ପାଇଁ ଅନ୍ଲାଇନରେ କରିପାରିବେ ପଂଜିକରଣ । ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଡଟ୍ କମ୍ ନାଁରେ ଏକ ନୂଆ ୱେବସାଇଟ୍ର ଲୋକାର୍ପଣ କରାଯାଇଛି । ଏହି ୱେବସାଇଟ୍କୁ ଯାଇ ସ୍ୱର୍ଗଦ୍ୱାରରେ ଉପଲବ୍ଧ ଥିବା ସମସ୍ତ ସେବା ସମ୍ପର୍କରେ ଜାଣି ପାରିବେ । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ତିନୋଟି ଭାଷାରେ ଅନ୍ଲାଇନ୍ରେ ଏସମ୍ପର୍କିତ ସବୁ ତଥ୍ୟ ଜାଣିପାରିବେ ।

ପଞ୍ଜିକରଣ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡିବନାହିଁ। ଘରେ ଥାଇ ବି ଆଗୁଆ ଶବଦାହ ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ସ୍ୱର୍ଗଦ୍ୱାରରେ ମିଳୁଥିବା ସମସ୍ତ ସୁବିଧା ସମ୍ପର୍କରେ ସହଜରେ ଜାଣିପାରିବେ। ଏଥିଲାଗି ପ୍ରଶାସନ ପକ୍ଷରୁ ସ୍ଵର୍ଗଦ୍ଵାର ୱେବସାଇଟ ଲଞ୍ଚ କରାଯାଇଛି। ଏହି ୱବସାଇଟରେ ତିନୋଟି ଭାଷାରେ ସୂଚନା ମିଳିବ। ସ୍ଵର୍ଗଦ୍ଵାର ସଂସ୍କାର ସେବକ ମାନଙ୍କୁ ବିବାହ ଓ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯିବ। କାଳୀ ପୂଜା ଉପଲକ୍ଷେ ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ସ୍ଵର୍ଗଦ୍ଵାରର ନୂତନ ୱେବସାଇଟ ସ୍ଵର୍ଗଦ୍ଵାର ଡ଼ଟ୍ କମକୁ ଲୋକାର୍ପଣ କରାଯାଇଛି।

ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ରହିବ । ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁ ଥିବା ହିତାଧିକାରୀ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ। ବର୍ତମାନ ପରୀକ୍ଷା ମୂଳକ ଭାବରେ ଏହା ଲଞ୍ଚ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତନ କରାଯିବ । ଏଥି ସହିତ ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ ମଧ୍ୟ ପ୍ଲେ ଷ୍ଟୋର ମାଧ୍ୟମରେ ଉପଲବ୍ଧ ହେବ । ସୁବିଧାରେ ସ୍ୱର୍ଗଦ୍ୱାରରେ ସେବା ଯୋଗଇ ଦେବା ପାଇଁ ହୋଇଥିବା ଅନ୍ଲାଇନ୍ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ମୃତକଙ୍କ ପରିଜନ ।

ସ୍ୱର୍ଗଦ୍ୱାର ସଂସ୍କାର କ୍ଷେତ୍ରରେ ଆଉ ପାଦେ ଆଗେଇଛି ପ୍ରଶାସନ। ୬କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ତେଲେଙ୍ଗାନା ମହାପ୍ରସ୍ଥାନମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ନବିକରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe