କନକ ବ୍ୟୁରୋ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେବା ମନୋବୃତ୍ତିରେ ଅନୁପ୍ରାଣିତ ହୋଇ ଜୟ ଓଡିଶା ଏକ ମହତ୍ୱ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି କ୍ରମରେ ଆଲମଗମ୍ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଜୟ ଓଡିଶାକୁ ଏକ ଗାଡି ପ୍ରଦାନ କରାଯାଇଛି । ଜୟ ଓଡିଶା ଦ୍ୱାରା ଏହି ଗାଡିକୁ ଏକ ସ୍ୱର୍ଗରଥ ଭାବେ ବ୍ୟବହାର କରାଯିବ । ଏହାକୁ ଭୁବନେଶ୍ୱରର ଯେକୌଣସି ସ୍ଥାନରୁ ସତ୍ୟନଗର ମଶାଣିକୁ ବିନାମୂଲ୍ୟରେ ଶବ ବୋହିବାରେ ବ୍ୟବହାର କରାଯିବ । ଏହି ସେବାକୁ ଉପଲବ୍ଧ କରିବା ନିମନ୍ତେ ଜୟ ଓଡିଶା ତରଫରୁ ୯୮୫୩୨୨୦୦୨୩ ନମ୍ବର ଜାରି କରାଯାଇଛି । ଆଜି ଏହି ଶେଷ ସାଥି ଗାଡିର ଉଦ୍ଘାଟନୀ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ସତ୍ୟନଗର ମଶାଣୀରେ ହୋଇଥିଲା । ଏଥିରେ ପୋଲସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Advertisment

ସମଗ୍ର ଓଡିଶାବାସୀ ଗୋଟିଏ ପରିବାର ହୋଇଥିବାରୁ ପରିବାର ସଦସ୍ୟଙ୍କ ଶେଷ ଯାତ୍ରାରେ କିଛି ସେବା ଯୋଗାଇବା ପାଇଁ ଏହା ଜୟ ଓଡିଶାର ଏକ ଛୋଟ ପ୍ରୟାସ ବୋଲି କୁହାଯାଇଛି । ଏଣୁ ଭୁବନେଶ୍ୱର ମଧ୍ୟରେ ଯଦି କୌଣସି ସ୍ଥାନରେ ଅଚିହ୍ନା ଶବ ଉଦ୍ଧାର ହୁଏ ତେବେ ତାହାକୁ ଏହି ଗାଡି ସହାୟତାରେ ସତ୍ୟନଗର ମଶାଣୀକୁ ଅଣାଯିବ । ଏହାର ସୁବିଧା ନେବା ପାଇଁ ଜୟ ଓଡିଶା ସଂଗଠନର ସଭାପତି ରୁଦ୍ରନାରାୟଣ ସାମନ୍ତରାୟ ଅନୁରୋଧ କରିଛନ୍ତି ।