ସ୍ୱର୍ଗଦ୍ୱାର ଜମି ପ୍ରସଙ୍ଗ ନେଇ ମୁହଁ ଖୋଲିଛି ଗୋବର୍ଦ୍ଧନ ପୀଠ ! କହିଲେ, ‘ଯେଉଁ ଜମି ହଡପ ହୋଇଛି ସେଗୁଡିକ ଶଙ୍କରାଚାର୍ଯ୍ୟ ମଠର’

କରୋନା ପଜିଟିଭ୍ ସୂଚନା ପରେ ପୁରୀ ସ୍ୱର୍ଗଦ୍ୱାରରୁ ଫେରିଗଲା ଶବ । ଚାରି କାନ୍ଧ ଦେଇ ଆଣିଥିଲେ ପରିବାର, କୋଭିଡ ଜାଣିବା ପରେ ସରକାରୀ ନିୟମରେ ହେଲା ଶବଦାହ ।

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ପ୍ରସଙ୍ଗ ନେଇ ମୁହଁ ଖୋଲିଛି ଗୋବର୍ଦ୍ଧନ ପୀଠ । ସାମ୍ବାଦିକ ସମ୍ମିଳନୀ କରି ଗୋବର୍ଦ୍ଦନ ପୀଠ ମୁଖାପତ୍ର ମନୋଜ ରଥ କହିଛନ୍ତି, ଏ ଜମିକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରାଯାଇଥିଲେ ସୁଦ୍ଧା ପ୍ରଶାସନ ଅଣଦେଖା କରୁଥିଲା । ଯେଉଁ ଜମି ହଡପ ହୋଇଛି ସେଗୁଡିକ ଶଙ୍କରାଚାର୍ଯ୍ୟ ମଠର ।

ଖାଲି ପ୍ରଶାସନ ନୁହେଁ ସୁପ୍ରିମକୋର୍ଟରେ ମଧ୍ୟ ଏନେଇ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି । ସୁପ୍ରିମକୋର୍ଟରେ ମାମଲା ଚାଲିଥିବା ବେଳେ ମଧ୍ୟ ପ୍ରଶାସନ ତତ୍ପରତା ପ୍ରକାଶ କରିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏବେ ଏନେଇ ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ଜିଲ୍ଲାପ୍ରଶାସନ ତତ୍ପର ହୋଇପଡିଥିବା ସେ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe