କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ପ୍ରସଙ୍ଗ ନେଇ ମୁହଁ ଖୋଲିଛି ଗୋବର୍ଦ୍ଧନ ପୀଠ । ସାମ୍ବାଦିକ ସମ୍ମିଳନୀ କରି ଗୋବର୍ଦ୍ଦନ ପୀଠ ମୁଖାପତ୍ର ମନୋଜ ରଥ କହିଛନ୍ତି, ଏ ଜମିକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରାଯାଇଥିଲେ ସୁଦ୍ଧା ପ୍ରଶାସନ ଅଣଦେଖା କରୁଥିଲା । ଯେଉଁ ଜମି ହଡପ ହୋଇଛି ସେଗୁଡିକ ଶଙ୍କରାଚାର୍ଯ୍ୟ ମଠର ।
ଖାଲି ପ୍ରଶାସନ ନୁହେଁ ସୁପ୍ରିମକୋର୍ଟରେ ମଧ୍ୟ ଏନେଇ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି । ସୁପ୍ରିମକୋର୍ଟରେ ମାମଲା ଚାଲିଥିବା ବେଳେ ମଧ୍ୟ ପ୍ରଶାସନ ତତ୍ପରତା ପ୍ରକାଶ କରିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏବେ ଏନେଇ ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ଜିଲ୍ଲାପ୍ରଶାସନ ତତ୍ପର ହୋଇପଡିଥିବା ସେ କହିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-28-12h34m22s894.png)