ସ୍ୱର୍ଗଦ୍ୱାର ଜମି ହଡପ ଓ ଜାଲିଆତି ମାମଲା ! ଅଠରନଳାରେ ଶ୍ରୀମନ୍ଦିର ସୁରକ୍ଷା ବାହିନୀର ବିକ୍ଷୋଭ

22

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ମାମଲାରେ ରାସ୍ତାକୁ ଓହ୍ଳାଇଛି ଶ୍ରୀକ୍ଷେତ୍ର ସୁରକ୍ଷା ସମିତି । ଅଠରନଳା ପାଖରେ ରାସ୍ତା ଅବରୋଧ କରାଯାଇଛି । ଜବରଦଖଲକାରୀଙ୍କ ଗିରଫ ଦାବି କରିଛି ଶ୍ରୀମନ୍ଦିର ସୁରକ୍ଷା ବାହିନୀ । ୧୦ଜଣିଆ ଟିମ୍ ଏହି ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି । ପ୍ରଥମ ଦିନରେ ଜମି ଜାଲିଆତିର ଠୋସ୍ ପ୍ରମାଣ ଲାଗିଛି ପ୍ରଶାସନ ହାତରେ ।

ଓଡିଶା ସେଟଲମେଂଟ ଆକ୍ଟ ଧାରା ୨୩ ଉପଧାରା ୩ର ଦୁରୁପଯୋଗ କରାଯାଇ ଜମିକୁ ରେକର୍ଡ କରାଯାଇଥିବା ଯାଂଚରୁ ଜଣାପଡିଛି । ସ୍ୱର୍ଗଦ୍ୱାରର ୧୬ଏକର ୪ଶହ ଡେସିମିଲ୍ ଜମିରୁ ୧୦ଏକର ୩୪୨ଡେସିମିଲ୍ ଜମିକୁ ୧୫୮ଜଣ ବ୍ୟକ୍ତି ନିଜ ନାମରେ କରିନେଇଥିବା ତଦନ୍ତରୁ ଜଣାପଡିଛି । ପ୍ରଥମ ଦିନରେ ୧୮୯୯ରୁ ୧୯୮୯ମସିହା ପର୍ଯ୍ୟନ୍ତ ୯୦ବର୍ଷର ରେକର୍ଡ ଯାଂଚ କରିଛି ତଦନ୍ତ କମିଟି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –