ସ୍ୱର୍ଗଦ୍ୱାର ହଡପ ଜମିରେ ହୋଟେଲ୍ ! ପ୍ରଶାସନକୁ ମିଳିଲା ଦୁର୍ନୀତିର ଠୋସ୍ ପ୍ରମାଣ

26

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ମହାଦୁର୍ନୀତି ମାମଲା ନେଇ ତଦନ୍ତର ଦ୍ୱିତୀୟ ଦିନ ସୁଦ୍ଧା ୧୦୩ଟି ପ୍ଲଟର ରେକର୍ଡ ଯାଂଚ ଶେଷ ହୋଇଛି । ଏହି ଯାଂଚ ବେଳେ ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ୪ଟି ପ୍ଲଟର ବିକାକିଣା ପ୍ରାୟତଃ ବେଆଇନ୍ ଭାବେ ହୋଇଥିବା ପ୍ରମାଣ ମିଳିଛି । ଏହି ୪ଟି ପ୍ଲଟରୁ ୨ଟି ପ୍ଲଟରେ ଠିଆ ହୋଇଛି ବଡ ବଡ ହୋଟେଲ୍ । ଅନ୍ୟ ପ୍ଲଟ ବିକାକିଣାରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହେଉଛି । ୭ଦିନ ଭିତରେ ଏନେଇ ଆରଡିସିଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ ।

ଅନ୍ୟପକ୍ଷରେ ପ୍ରସ୍ତାବିତ ସ୍ୱର୍ଗଦ୍ୱାର ସଂପ୍ରସାରଣରେ ଯେଉଁ ବ୍ୟବସାୟୀ ଓ ହୋଟେଲ ମାଲିକମାନେ ପ୍ରଭାବିତ ହେବେ ସେମାନେ କୋର୍ଟରୁ ରହିତାଦେଶ ଆଣି ପ୍ରକିୟାକୁ ବିଳମ୍ବିତ କରିବା ପାଇଁ ମସୁଧା କରୁଛନ୍ତିି । ତେଣୁ ଜଲ୍ଲା ପ୍ରଶାସନ କାଭିଏଟ୍ ପିଟିସନ୍ ଦାଖଲ କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ସେପଟେ ସ୍ୱର୍ଗଦ୍ୱାର ସମ୍ପ୍ରସାରଣକୁ ଜମିରେ ଥିବା ହୋଟେଲ ଓ ଅନ୍ୟ ବ୍ୟବସାୟ କରୁଥିବା ପ୍ରତିଷ୍ଠାନ ତୀବ୍ର ବିରୋଧ କରୁଛନ୍ତି ।