ପୁରୀ ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ମାମଲା : ଆଜି ଆରଡିସିଙ୍କୁ ରିପୋର୍ଟ ଦେବେ ଜିଲ୍ଲାପାଳ

49

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ମାମଲା ନେଇ ଆଜି ଆରଡିସିଙ୍କୁ ରିପୋର୍ଟ ଦେବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ୯ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି । ସ୍ୱର୍ଗଦ୍ୱାର ଜମି ହଡପ ସଂପ୍ରସାରଣକୁ ନେଇ ବିବାଦ ଦେଖାଦେବା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ ହୋଇଥିଲ । ତଦନ୍ତକାରୀ ତଦନ୍ତ ସମୟରେ ସ୍ୱର୍ଗଦ୍ୱାର ହଡପ ହୋଇଥିବା ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ ।

ସ୍ୱର୍ଗଦ୍ୱାରର ୧୬ଏକର ୪୦୦ଡେସିମିଲ୍ ଜମି ରହିଥିଲା । ତେବେ ବର୍ତମାନ ଏହାର ଅଧିକାଂଶ ଜମିକୁ ହଡପକାରୀମାନେ ଚଳୁ କରିଛନ୍ତି । ସ୍ୱର୍ଗଦ୍ୱାର ସମ୍ପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବା ପରେ ଏହି ବିବାଦ ବଢ଼ିବାରେ ଲାଗିଥିଲା । ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱର୍ଗଦ୍ୱାର ବଂଚାଅ ଅଭିଯାନ ଆରମ୍ଭ କରି ଆନ୍ଦୋଳନ ଲାଗି ରହିଛି ।