ସ୍ୱର୍ଗଦ୍ୱାର ପାଇବ ନୂଆ ରୂପ: ଚାଲିଛି ପୁନରୁଦ୍ଧାର କାମ ସହ ସୌନ୍ଦର୍ଯ୍ୟକରଣ; ଶବଦାହ ପାଇଁ ଆସୁଥିବା ଲୋକଙ୍କୁ ମିଳିବ ବିଶେଷ ସୁବିଧା

ଜିଲ୍ଲାପାଳ ନିଜେ କଲେ କାମର ସମୀକ୍ଷା

270

କନକ ବ୍ୟୁରୋ: ସ୍ୱର୍ଗଦ୍ୱାର ପାଇବ ନୂଆ ରୂପ । ଶବଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କ ପାଇଁ ମିଳିବ ବିଶେଷ ସୁବିଧା । ଏଥିପାଇଁ ସ୍ୱର୍ଗଦ୍ୱାରର ପୁନରୁଦ୍ଧାର କରାଯିବା ସହିତ ଏହାର ପରିସରକୁ ସୌନ୍ଦର୍ଯ୍ୟକରଣ କରାଯିବ । ଦେଖଣାହାରୀଙ୍କ ପାଇଁ ସ୍ୱର୍ଗଦ୍ୱାର ପାଲଟିବ ଏକ ଦର୍ଶନୀୟ ସ୍ଥାନ । ପୁରୀ ଜିଲ୍ଲାପାଳ ନିଜେ ସ୍ୱର୍ଗଦ୍ୱାର ଅଂଚଳ ପରିଦର୍ଶନ କରି ଏହାର ନିର୍ମାଣ କାମର ସମୀକ୍ଷା କରିଛନ୍ତି ।

ସ୍ୱର୍ଗଦ୍ୱାରକୁ ଶବ ବାଦ ପାଇଁ ଆସୁଥିବା ବ୍ୟକ୍ତି ଯେପରି ଏଠାରେ ଉତମ ବ୍ୟବହାର ପାଇ ଫେରିବେ ସେ ଦିଗରେ ପୁରୀ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ୱ ଦେଉଛି । ପୌରସଂସ୍ଥା କର୍ମଚାରୀ ଏସବୁ କାମର ତଦାରଖ କରିବେ । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହକମାନଙ୍କର ମଧ୍ୟ ବୈଠକ ହୋଇଛି । ସେମାନଙ୍କର ଜୀବିକା ଉପାର୍ଜନ ବ୍ୟବସ୍ଥା ସହିତ ସମସ୍ତଙ୍କ ପରିବାର ସଦସ୍ୟଙ୍କୁ ବୀମାଭୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.