ତଦନ୍ତ ପରେ ତଦନ୍ତ ! ୭ ଦିନ ଭିତରେ ସ୍ୱର୍ଗଦ୍ୱାରର ମୂଳ ଜମି ଖୋଜିବ କମିଟି

Advertisment
ତଦନ୍ତ ପରେ ତଦନ୍ତ ! ୭ ଦିନ ଭିତରେ ସ୍ୱର୍ଗଦ୍ୱାରର ମୂଳ ଜମି ଖୋଜିବ କମିଟି

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାର ଜମିର ଖଳନାୟକ କିଏ? କିଏ ମାଡି ବସିଛି ମହାପ୍ରଭୁଙ୍କ ମୂଲ୍ୟବାନ ଜମି? ମସାଣି ଜମିରେ ବ୍ୟବସାୟ କରୁଛି କିଏ? ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପୁରୀ ଜିଲ୍ଲା ପ୍ରଶାସନର ମାନସ ମନ୍ଥନ । ବହୁ ବାଦ ବିବାଦ ପରେ ସ୍ୱର୍ଗଦ୍ୱାର ଜବରଦଖଲର ତଦନ୍ତ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର କମିଟି । ୭ ଦିନ ମଧ୍ୟରେ ତଦନ୍ତ କରି କମିଟି ଆରଡିସିଙ୍କୁ ରିପୋର୍ଟ ଦେବେ ।

ଆଉ ରିପୋର୍ଟ ଆଧାରରେ ଜମି ହଡପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । କୁଆଡେ ଗଲା ସ୍ୱର୍ଗଦ୍ୱାରର ୧୬ ଏକର ୪୦୦ ଡେସିମିଲ୍ ଜମି? ବର୍ତମାନ ସ୍ୱର୍ଗଦ୍ୱାରରେ କେତେ ଜମି ଅଛି? କେତେ ପରିମାଣର ଜମି ହଡପ ହୋଇଛି? ଜଗନ୍ନାଥଙ୍କ ଜମିକୁ ଜାଲିଆତି କରି ଅକ୍ତିଆର କରିଥିବା ପ୍ରଭାବଶାଳୀ ବ୍ୟକ୍ତି କିଏ? ଏସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ସ୍ୱତନ୍ତ୍ର କମିଟି ।

ସ୍ୱର୍ଗଦ୍ୱାର ଜମି ଜବରଦଖଲ ବିବାଦ ଭିତରେ ମୁହଁ ଖୋଲିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । କହିଛନ୍ତି, ସାରା ଦେଶର ଖବର ତାଙ୍କ ପାଖରେ ପହଁଚୁଛି , ହେଲେ ଶ୍ରୀମନ୍ଦିର ସମ୍ପର୍କିତ ଖବର ତାଙ୍କୁ ଜଣାଯାଉନି । ସ୍ୱର୍ଗଦ୍ୱାର ଜମି ଜବରଦଖଲ ବିଷୟରେ ତାଙ୍କୁ ଅନ୍ଧାରରେ ରଖାଯାଇଛି । ଖାଲି ସେତିକି ନୁହେଁ ଶଙ୍କରାଚାର୍ଯ୍ୟ କହିଛନ୍ତି, ତାଙ୍କ ସମୟରେ କୌଣସି ଜମି ହଡପ ହୋଇନି । ବରଂ ତାଙ୍କ ପୂର୍ବରୁ ଥିବା ଶଙ୍କରାଚାର୍ଯ୍ୟ ସମୟରେ ଏସବୁ ଜବରଦଖଲ ହୋଇଛି । ଯାହାର ତଦନ୍ତ ହେବା ଆବଶ୍ୟକ ।

ସ୍ୱର୍ଗଦ୍ୱାର ଜମି ଜବରଦଖଲ ଖବର ଲୋକଲୋଚନକୁ ଆସିବା ପରେ ଏହାର ତଦନ୍ତ ଦାବି ହୋଇଛି । ଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ଜୋର୍ ଧରିଲାଣି ଆନ୍ଦୋଳନ । କୋଟି କୋଟି ଓଡିଆଙ୍କ ଧାର୍ମିକ ଭାବନା ସହ ଜଡିତ ସ୍ୱର୍ଗଦ୍ୱାର ଜବରଦଖଲକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଛି ସ୍ୱର ।

ଏସବୁ ଭିତରେ ଅପେକ୍ଷା ତଦନ୍ତ କମିଟିର ରିପୋର୍ଟକୁ । କଣ ଆସୁଛି ରିପୋର୍ଟରେ । ଏବଂ ପ୍ରଶ୍ନ ଉଠୁଛି, ତଦନ୍ତ ସ୍ୱଚ୍ଛ ହେବ ତ? ତଦନ୍ତ ଉପରେ ବଡବଡିଆଙ୍କ ଚାପ ପଡିବନି ତ । ଆଉ ପ୍ରଶାସନର ବୁଲଡୋଜର ସେମାନଙ୍କ ପ୍ରାସାଦ ଉପରେ ପଡିବ ତ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe