ଖୋଜା ଚାଲିଛି ସ୍ୱର୍ଗଦ୍ୱାର ଜମି ! ଆଜି ଦ୍ୱିତୀୟ ଦିନରେ ଜାରି ରହିବ ତଦନ୍ତ

21

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ଦୁର୍ନୀତିର ଖୋଳତାଡ ଆରମ୍ଭ ପରେ ଛାନିଆ ହୋଇପଡିଛନ୍ତି ଜମି ହଡପକାରୀ । ଶୁକ୍ରବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ୧୦ଜଣିଆ ଟିମ୍ ଏହି ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି । ପ୍ରଥମ ଦିନରେ ଜମି ଜାଲିଆତିର ଠୋସ୍ ପ୍ରମାଣ ଲାଗିଛି ପ୍ରଶାସନ ହାତରେ । ଓଡିଶା ସେଟଲମେଂଟ ଆକ୍ଟ ଧାରା ୨୩ ଉପଧାରା ୩ର ଦୁରୁପଯୋଗ କରାଯାଇ ଜମିକୁ ରେକର୍ଡ କରାଯାଇଥିବା ଯାଂଚରୁ ଜଣାପଡିଛି ।

ସ୍ୱର୍ଗଦ୍ୱାରର ୧୬ଏକର ୪ଶହ ଡେସିମିଲ୍ ଜମିରୁ ୧୦ଏକର ୩୪୨ଡେସିମିଲ୍ ଜମିକୁ ୧୫୮ଜଣ ବ୍ୟକ୍ତି ନିଜ ନାମରେ କରିନେଇଥିବା ତଦନ୍ତରୁ ଜଣାପଡିଛି । ପ୍ରଥମ ଦିନରେ ୧୮୯୯ରୁ ୧୯୮୯ମସିହା ପର୍ଯ୍ୟନ୍ତ ୯୦ବର୍ଷର ରେକର୍ଡ ଯାଂଚ କରିଛି ତଦନ୍ତ କମିଟି ।ତଦନ୍ତରେ ଗୋବର୍ଦ୍ଧନ ମଠର ସହାୟତା ନେଇଛି ପ୍ରଶାସନ ।

ସେପଟେ ସ୍ୱର୍ଗଦ୍ୱାର ସଂପ୍ରସାରଣ ସପକ୍ଷ ଓ ବିପକ୍ଷରେ ବିକ୍ଷୋଭ ଦେଖିବାକୁ ମିଳିଛି । ଜଗନ୍ନାଥଙ୍କ ଜମିକୁ ଜବରଦଖଲ କରି ବର୍ଷବର୍ଷ ଧରି ଚଳାଇଥିବା ହୋଟେଲ ଓ ମଦ ଦୋକାନ ଭାଙ୍ଗିଯିବା ଆଶଙ୍କାରେ ବ୍ୟବସାୟୀ ଆନ୍ଦୋଳନ କରିଛନ୍ତି । ବିକଳ୍ପ ସ୍ୱର୍ଗଦ୍ୱାର ପ୍ରତିଷ୍ଠା ପ୍ରସ୍ତାବକୁ ବିଜେପି ପ୍ରତିବାଦ କରିଛି ।