ସୁପରଓମ୍ୟାନ୍ ସୁଷମା ସ୍ୱରାଜ୍ ! ପାକିସ୍ତାନରେ ଫସିଥିବା ଭାରତୀୟ ମହିଳାଙ୍କୁ କଲେ ଉଦ୍ଧାର

Advertisment
ସୁପରଓମ୍ୟାନ୍ ସୁଷମା ସ୍ୱରାଜ୍ ! ପାକିସ୍ତାନରେ ଫସିଥିବା ଭାରତୀୟ ମହିଳାଙ୍କୁ କଲେ ଉଦ୍ଧାର

Photo Courtesy : http://www.telugumirchi.com

ପୁଣି ଥରେ ନିଜ ବଦାନ୍ୟତା ଦେଖାଇଛନ୍ତି ସୁଷମା ସ୍ୱରାଜ । ଆଉ ପୁଣି ଥରେ ସୁଷମା ସାଜିଛନ୍ତି ସୁପରଓମ୍ୟାନ୍ । ପାକିସ୍ତାନରେ ବିବାହ କରି ଫସିଯାଇଥିବା ଜଣେ ଭାରତୀୟ ମହିଳାଙ୍କୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଛନ୍ତି ସେ ।

Capture1ସୂଚନା ଅନୁସାରେ , ହାଇଦ୍ରାବାଦର ମହମ୍ମଦିଆ ବେଗମ୍ ପାକିସ୍ତାନରେ ବିବାହ କରିଥିଲେ । ତେବେ ବିବାହ ପରେ ଶାଶୁ ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏନେଇ ପୀଡିତାଙ୍କ ଅସହାୟ ବାପା ମହମ୍ମଦ ଅକବର୍ ୟୁଟ୍ୟୁବ୍ ଜରିଆରେ ନିଜ ବେଦନା ଜଣାଇଥିଲେ ।

ତେବେ ଏହି ସନ୍ଦେଶ ପାଇବା ପରେ ସୁଷମା ସଙ୍ଗେ ସଙ୍ଗେ ପୀଡିତାଙ୍କୁ ଉଦ୍ଧାର କରିବାକୁ ପଦକ୍ଷେପ ନେଇଥିଲେ । ସେ ବେଗମଙ୍କୁ ଭାରତ ଫେରାଇଆଣିବାକୁ ତୁରନ୍ତ ପାସପୋର୍ଟ ବ୍ୟବସ୍ଥା କରିଥିଲେ । ତେବେ ଏହା ପ୍ରଥମଥର ନୁହେଁ ଏହା ପୂର୍ବରୁ ଅନେକ ଥର ସୁଷମା ଏପରି ପଦକ୍ଷେପ ନେଇ ଚର୍ଚ୍ଚିତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe