କନକ ବ୍ୟୁରୋ: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥବା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ । ଯାହାକୁ ନେଇ କଡା ଜବାବ ଦେଇଛନ୍ତି ସ୍ୱରା ।

Advertisment

 କଥା ହେଉଛି ସ୍ୱରା କୋଭିଡ ସଂକ୍ରମିତ ହୋଇଥିବା ପୋଷ୍ଟ କରି ଜଣାଇଥିଲେ  ।ଏହାକୁ ନେଇ ୟୁଜର୍ସ ଅଜବ ଅଜବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ୟୁଜର୍ସ ଏହାକୁ ୨୦୨୨ ବର୍ଷର ସବୁଠୁ ଖୁସି ଖବର କହିଥିବାବେଳେ ଆଉ କିଛି ୟୁଜର୍ସ ସିଧାସଳଖ ‘ଆରଆଇପି’ ବୋଲି ଲେଖିଦେଇଛନ୍ତି । ବଞ୍ଚି ଥାଉ ଥାଉ ୟୁଜର୍ସଙ୍କ ଏଭଳି ପ୍ରତିକ୍ରିୟାରେ ରାଗିଯାଇ ଏହାର ପ୍ରତିକ୍ରିୟାରେ ସ୍ୱାରା ଲେଖିଛନ୍ତି ଯେ, ଯଦି ସେ ମରିଯାୟାନ୍ତି ତେବେ ୟୁଜର୍ସଙ୍କ ରୋଜଗାର ବନ୍ଦ ହୋଇଯିବ । ପରିବାର ଚଳାଇବା ମୁସ୍କିଲ ହୋଇପଡିବ’  ।

ପୂର୍ବରୁ ମଧ୍ୟ ସ୍ୱରା ଟ୍ରୋଲ ହେବାକୁ ନେଇ ଆଇନର ଆଶ୍ରୟ ନେଇଥିଲେ । ଜଣେ ୟୁଜର୍ସ ଟ୍ୱିଟ୍‌ର ଜରିଆରେ ତାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣି କରିଥିବା ଅଭିଯୋଗ ଆଣିଥିଲେ। ଏଥିସହ ସେ ବସନ୍ତ କୁଞ୍ଜ ପୁଲିସ ଷ୍ଟେସନ୍‌ରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ।