ନାଗରିକତା ସଂଶୋଧନ ବିଲ ପାସକୁ ନେଇ ବିରୋଧ କଲେ ତିନି ଅଭିନେତ୍ରୀ , କହିଲେ , ହେ ଇଶ୍ୱର ଆମକୁ ବଂଚାଓ ।

2,018

ନାଗରିକ ସଂଶୋଧନ ବିଲ ଲୋକସଭାରେ ଆଗତ ହେବା ପରେ କେହି କେହି ଏହାକୁ ସମର୍ଥନ କରିଥିବା ବେଳେ କେହି ଏହାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ବିଲ ସପକ୍ଷରେ ୩୧୧ ଓ ୮୦ ଟି ମତ ବିପକ୍ଷରେ ପଡିଛି । ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ସୋମବାର ଏହି ପ୍ରସ୍ତାବ ରଖିଥିଲେ । ଅନେକ ହଙ୍ଗାମା ଭିତରେ ଗୃହମନ୍ତ୍ରୀଏହି ବିଲର ପ୍ରସ୍ତାବ ରଖିଥିଲେ ଓ କଂଗ୍ରେସ ଏହାର ଜୋରଦାର ବିରୋଧ କରିଥିଲା । ଏହି ବିଲ ପାସ ହେବା ପରେ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଅଭିନେତ୍ରୀ ସ୍ୱରା ଭାଷ୍କର ଟ୍ୱିଟ କରି ଲେଖିଛନ୍ତି ଯେ ସେ ଚାହୁଁନାହାନ୍ତି ଏକ କରଦାତା ହିସାବରେ ତାଙ୍କର କଷ୍ଟ ଅର୍ଜିତ ଧନକୁ ରୋଗିଣା ବିଗ୍ରେଡ ଏନଆରସି, ସିଏବି ପରିଜନଙ୍କ ପୋଷଣରେ ଖର୍ଚ୍ଚ ହେଉ ।

ସେହିପରି ବିଗବସର ପୂର୍ବ ପ୍ରତିଯୋଗୀ ତଥା ଅଭିନେତ୍ରୀ ଗୋହର ଖାନ ମଧ୍ୟ ନାଗରିକତା ସଂଶୋଧନ ବିଲର ବିରୋଧ କରିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି ଭାରତୀୟ ଲୋକତନ୍ତ୍ର ପାଇଁ ଆଜି ଏକ ଦୁଃଖଦ ଦିନ । ଅଭିନେତ୍ରୀ ଋିଚା ଚଡ୍ଡା ଏହି ବିଲକୁ ନେଇ ପ୍ରତିକ୍ରିୟା ଦେଇ ଟ୍ୱିଟ କରିଛନ୍ତି । ଋିଚା ଲେଖିଛନ୍ତି, ‘ଇଶ୍ୱର ଆମକୁ ବଞ୍ଚାନ୍ତୁ’ । ଲୋକସଭାରେ ବିଲ ପ୍ରେରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଖୁସି ଜାହିର କରିଛନ୍ତି । ମୋଦୀ ଟ୍ୱିଟ କରି ଲେଖିଛନ୍ତି, ଏକ ଭଲ ଓ ବ୍ୟାପକ ସମୟ ପରେ ନାଗରିକତା ସଂଶୋଧନ ବିଲ ୨୦୧୯ ପ୍ରେରିତ ହୋଇଛି । ସେ ବିଭିନ୍ନ ସଂସଦ ଓ ଦିଲ୍ଲୀକୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ଏହାକୁ ସମର୍ଥନ ଜଣାଇଛନ୍ତି ।