ଜାତୀୟ ହସ୍ତଶିଳ୍ପ ଓ ରାଷ୍ଟ୍ରୀୟ ପୁରସ୍କାର ପାଇଲେ ପିପିଲିର ସ୍ୱପ୍ନା ମଞ୍ଜରୀ। ତାଳପତ୍ର ଚିତ୍ରକଳା ପାଇଁ ସମ୍ମାନିତ।

ଜାତୀୟ ହସ୍ତଶିଳ୍ପ ଓ ରାଷ୍ଟ୍ରୀୟ ପୁରସ୍କାର ପାଇଲେ ପିପିଲିର ସ୍ୱପ୍ନା ମଞ୍ଜରୀ। ତାଳପତ୍ର ଚିତ୍ରକଳା ପାଇଁ ସମ୍ମାନିତ।

କନକ ବ୍ୟୁରୋ: ଦିଲ୍ଲୀ ଦରବାରରେ ସମ୍ମାନିତ ହେଲେ ଓଡ଼ିଆ ବୋହୂ । ଜାତୀୟ ହସ୍ତଶିଳ୍ପ ଓ ରାଷ୍ଟ୍ରୀୟ ପୁରସ୍କାର ପାଇଲେ ପିପିଲିର ସ୍ୱପ୍ନା ମଞ୍ଜରୀ ନାୟକ । ତାଳପତ୍ର ପୋଥିଚିତ୍ର କାରିଗରୀ ଉପସ୍ଥାପନା କରି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ସ୍ୱପ୍ନା । ତାଙ୍କ ଘର ପିପିଲି ବଜାର ସ୍ଥିତ ଭବାନୀପୁରରେ । ତାଙ୍କ ବାପା ତଥା ଗୁରୁ ମାଗା ନାୟକଙ୍କ ଠାରୁ ସେ ଏହି ଶିକ୍ଷା ପାଇ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।

ମାଟ୍ରିକ୍ ପାସ କରିବା ପରେ ସେ ପୋଥିଚିତ୍ର କାରିଗରୀ ଶିକ୍ଷା ଗ୍ରହଣ କରିଥିଲେ । ବିବାହ ପୂର୍ବରୁ ପାରଙ୍ଗମ ଥିବା ତାଳପତ୍ର ଚିତ୍ରକଳା କାରିଗରୀକୁ ସେ ବିବାହ ପରେ ଜାରି ରଖିଥିଲେ । ପିପିଲିର ଅନକ ଯୁବକ ଯୁବତୀଙ୍କୁ ଏହି ଶିକ୍ଷାଦାନ କରି ବେଶ ପ୍ରଶଂସା ସାଉଁଟିଛନ୍ତି ସ୍ୱପ୍ନା । ନିଜ ଜନ୍ମସ୍ଥାନ ପୁରୀ ଚନ୍ଦନପୁର ସ୍ଥିତ ନାୟକ ପାଟଣା । ବିବାହ ପରେ ପରିବାରର ସହଯୋଗ କ୍ରମେ ସେ ତାଙ୍କ ଜାରି ରଖିଛନ୍ତି । ତାଳପତ୍ର ଚିତ୍ରକଳା ପାଇଁ ସମ୍ମାନିତ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱପ୍ନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe