କନକ ବ୍ୟୁରୋ : ବିଜେପିରେ ମିଶିଲେ ସପନା ଚୌଧୁରୀ । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀଙ୍କ ଉପସ୍ଥିିତିରେ ସପନାଙ୍କୁ ଦଳର ମିଶାଇଲେ ବରିଷ୍ଠ ବିଜେପି ନେତା ଶିବରାଜସିଂ ଚୌହ୍ୱାନ । ହରିୟାଣାର ଏହି ଲୋକପ୍ରିୟ ଡ୍ୟାନ୍ସର ଲୋକସଭା ନିର୍ବାଚନ ପୂର୍ବରୁ ଯୋଗଦେବା ନେଇ ଜୋର ଧରିଥିଲା ଚର୍ଚ୍ଚା । ତେବେ ଏଥିରେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।
ଏବେ ବିଜେପିର ଏହାର ସଦସ୍ୟ ସଂଗ୍ରହ ଅଭିଯାନରେ ଦିଲ୍ଲୀରେ ଏହି ହରିୟାଣୀ ଡ୍ୟାନ୍ସରଙ୍କୁ ମିଶାଇଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ କଳାକାର ବିଜେପିରେ ଯୋଗ ଦେଇଥିଲେ । କେବଳ ଯୋଗ ଦେଇଥିଲେ କହିଲେ ହେବ ନାହିଁ ବରଂ ଲୋକସଭା ପ୍ରାର୍ଥୀ ମଧ୍ୟ ହୋଇଥିଲେ । ତାହାରି ମଧ୍ୟରୁ ଅନେକ ନିର୍ବାଚନରେ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ । ଅନେକ ଦିନ ହେଲାଣି ଦେଖାଯାଉଛି ଯେ, ସିନେ କଳାକାରମାନେ ରାଜନୈତିକ ଦଳରେ ଯୋଗ ଦେଉଛନ୍ତି । ତେବେ ଆଜି ସପନା ଦଳରେ ଯୋଗ ଦେବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/1552813323-sapna_in_suit.jpg)