ଦେଶରେ ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉର୍ଦ୍ଧେଶ୍ୟରେ ଭିଡିଓ କନଫେରେନ୍ସିଂ ଜରିଆରେ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି
ଏହି ଯୋଜନା ଆରମ୍ଭ ହେବା ପରେ ପାଖା ପାଖି ୧ ଲକ୍ଷ ଲୋକଙ୍କୁ ସଂପତି କାର୍ଡ ବଣ୍ଟନ କରାଯିବ
କନକ ବ୍ୟୁରୋ : ସ୍ୱାମୀତ୍ୱ ଯୋଜନା ଆରମ୍ଭ ହେବା ପରେ ପାଖା ପାଖି ୧ ଲକ୍ଷ ଲୋକଙ୍କୁ ସଂପତି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡ ମୋବାଇଲଫୋନ ଯୋଗେ ମେସେଜ ଜରିଆରେ ଦିଆଯାଇଥିବା ଲିଙ୍କ୍କୁ ଡାଉନଲୋଡ କରି ଆପଣ ମାନେ ପାଇ ପାରିବେ । କହିରଖୁ କି ପଂଚାୟତିରାଜ ମନ୍ତ୍ର୍ଣାଳୟ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଯୋଜନାର ଲାଭ ୬ ଟି ରାଜ୍ୟର ୭୬୩ ଟି ପଂଚାୟତର ୧ ଲକ୍ଷ ଲୋକ ପାଇପାରିବେ । ଏହା ମଧ୍ୟରେ ରହିଛି ଉତ୍ତରପ୍ରଦେଶର ୩୪୬ ପଂଚାୟତ, ହରିଆଣାର ୨୨୧ ପଞ୍ଚାୟତ, ମହାରାଷ୍ଟ୍ରର ୧୦୦ ପଞ୍ଚାୟତ, ମଧ୍ୟପ୍ରଦେଶର ୪୪ ପଞ୍ଚାୟତ, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ୨ ଟି ପଂଚାୟତ ସାମିଲ ଅଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଯୋଜନାର ଶୁଭାରମ୍ଭ କରିସାରିବା ପରେ ପ୍ରଧାନମନ୍ତ୍ରୀ ଜଣେ ହିତାଧିକାରୀଙ୍କ ସହ କଥା ହୋଇ କହିଥିଲେ କି ଏବେ ଆପଣଙ୍କ ସଂପତି ଉପରେ କେହି ନଜର ପକାଇ ପାରିବେ ନାହିଁ । ଏହା ପରେ ଏହି କାର୍ଡ ପାଇଥିବା ଜଣେ ହିତାଧିକାରୀ କହିଛନ୍ତି କି ସଂପତି କାର୍ଡ ମିିଳିବା ପରେ ମୋତେ ସାମାଜିକ ଓ ଆର୍ଥିକ ମଜଭୁତି ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ହିତାଧିକାରୀ ଜଣକ କହିଛନ୍ତି କି ଏହି କାର୍ଡ ମିଳିବା ପରେ ମୋତେ ଏବେ ବ୍ୟାଙ୍କରୁ ଋଣ ମିଳିବା ସହଜ ହୋଇଯିବ । ଏହା ସହ ସଂପତିକୁ ନେଇ ଗାଁରେ ଚାଲିଥିବା ଝଗଡା ବି ସମାପ୍ତ ହୋଇଯିବ ।
କହିରଖୁ କି ଏହି ସ୍ୱାମୀତ୍ୱ ଯୋଜନା ମାଧ୍ୟମରେ ସରକାର ନାଗରିକକୁ ତା’ ସଂପତିର ଅଧିକାର ଦେବାକୁ ଚେଷ୍ଟା କରିଛନ୍ତି । ଏହା ସହ ଦୀର୍ଘ ଦିନରୁ ସଂପତିକୁ ନେଇ ଲାଗିରହିଥିବା ସମସ୍ୟା ବି ଦୁର ହେବ । ଅନ୍ୟପଟେ ସଂପତିକୁ ବ୍ୟାଙ୍କ ହେଉ କି ଅନ୍ୟ ଆର୍ଥିକ କାରବାର କରୁଥିବା ସଂସ୍ଥା ପାଖରେ ବନ୍ଧକ ରଖି ନିଜର ଆବଶ୍ୟକତା ମେଣ୍ଟାଇ ପାରିବ ହିତାଧିକାରୀ ।